ଯାଜପୁରଟାଉନ: ଯାଜପୁର ବାହାବଳପୁର ଗ୍ରାମର ସମାଜସେବୀ ସୂର୍ଯ୍ୟପ୍ରକାଶ ଦାସ ଓ ରମଣଦୀପ କୌରଙ୍କ କୁନିଝିଅ ସାରା(୪) ନିଜ ଜନ୍ମଦିନରେ ପାଇଥିବା ଉପହାର ଅର୍ଥକୁ ରେଳ ଦୁର୍ଘଟଣାରେ ଆହତ ଲୋକଙ୍କ ଚିକିତ୍ସା ପାଇଁ ଦାନ କରିଛନ୍ତି।
ସାରା ତାଙ୍କ ଜନ୍ମ ଦିନରେ ୨୦ ହଜାର ଟଙ୍କା ଉପହାର ପାଇଥିଲେ। ଟ୍ରେନ୍ ଦୁର୍ଘଟଣା ଆହତ ବ୍ୟକ୍ତିଙ୍କ ସହାୟତା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହା ଦାନ କରିଥିଲେ। ୨୦ ହଜାର ଟଙ୍କାର ଜେକ୍କୁ କୁନିଝିଅ ସାରା ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ପ୍ରଦାନ କରିଛନ୍ତି।
Follow Us