ତିନିଜଣ ନାବାଳକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହେ‌ଲେ ନାବାଳିକା

Advertisment
୪ ନାବାଳିକାଙ୍କୁ ଦୁଷ୍କର୍ମ: ପୁରୀ, ବେତନଟୀ, କେନ୍ଦୁଝର, ହିନ୍ଦୋଳରେ ଆଲୋଡ଼ନ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଏକ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ସହର ଉପକଣ୍ଠ ଉକ୍ତ ଗ୍ରାମର ଜଣେ ନାବାଳିକା ଘରେ ଏକା ଥିଲେ। ନାବାଳିକା ଘରେ ଏକା ଥିବା କଥା ସେହି ଗ୍ରାମର ୩ଜଣ ନାବାଳକ କୌଣସି ସୂତ୍ରରୁ ଖବର ପାଇ ଆସି ଘରେ ପହଞ୍ଚିଯାଇଥିଲେ। ନାବାଳିକା ସହିତ ମିଠାମିଠା କଥା କହି ସେମାନେ ଘର ଭିତରକୁ ପ୍ରବେଶ କରିଥି‌ଲେ। ଏହାପରେ ନାବାଳିକା ସହିତ ତିନିଜଣ ନାବାଳକ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ନାବାଳିକାଙ୍କ ପରିବାରଲୋକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁଲିସରେ ଖବର ଦେଇଥିଲେ। ଖବର ପାଇ ବ୍ରହ୍ମପୁର ସଦର ପୁଲିସ ତିନିଜଣ ନାବାଳକଙ୍କୁ ଧରି ନେଇ ଅଟକ ରଖି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe