ବରଫ ନେବା ପାଇଁ ଦୋକାନକୁ ଆସିଥିବା ନାବାଳିକା ଦୁଷ୍କର୍ମର ଶିକାର, ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି

Advertisment
ବରଫ ନେବା ପାଇଁ ଦୋକାନକୁ ଆସିଥିବା ନାବାଳିକା ଦୁଷ୍କର୍ମର ଶିକାର, ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି

ସାଙ୍କେତିକ ଫଟୋ

କଟକ : ନାବାଳିକାଙ୍କ ସୁରକ୍ଷା ପାଇଁ ଆଇନ ଯେତେ କୋଠର ହୋଇଚାଲିଛି ଦୁଷ୍କର୍ମ ମାମଲା ସେତିକି ବଢ଼ି ବଢ଼ି ଚାଲିଛି। ଗୁରୁବାର କଟକ ମଧୁପାଟଣା ଥାନା ଅଞ୍ଚଳରେ ୬୦ବର୍ଷର ବୃଦ୍ଧ ଦ୍ୱାରା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ଜଣେ ନାବାଳିକା ଦୋକାନକୁ ବରଫ ନେବାକୁ ଆସିଥିଲା। ଏହି ସମୟରେ ୬୦ବର୍ଷର ବୃଦ୍ଧ ନାବାଳିକାକୁ ଏକାକୀ ଆସିଥିବା ଦେଖି ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି। ପୀଡିତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଉପାନ୍ତ ଜିଲ୍ଲାରେ ଅସୁରକ୍ଷିତ ହୋଇପଡ଼ିଲେଣି ନାବାଳିକା । ଏ ନେଇ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟମାନେ ନାବାଳିକାଙ୍କ ଇଜ୍ଜତ ଲୁଟି ଚାଲିଛନ୍ତି। ଏଣିକି ସେମାନଙ୍କ ମଧ୍ୟରେ ସଚେତନା ସୃଷ୍ଟି କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ରାଜ୍ୟର ଜିଲ୍ଲାଓ୍ଵାରି ବୁଲିବ ସଚେତନା ଗାଡ଼ି ‘ପରୀ ରଥ’। ୧୫ ଦିନ ବ୍ୟାପୀ ରଥ ବୁଲି ଅବିଭାବକ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ସଚେତନ କରିବ। ମାନସିକତାର ପରିବର୍ତ୍ତନ କରିବା ପାଇଁ ପ୍ରତି ଗାଁରେ ସଭା ଆୟୋଜନ ମାଧ୍ୟମରେ ସଚେତନା ସୃଷ୍ଟି କରାଯିବ। ତେବେ ମଇ ୨୮ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଗୁରୁବାର ପୁଲିସ ଡିଜି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe