ବେତନଟୀ: ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଗଉଡ଼ବସା ଗାଁରେ ଜଣେ ୮ ବର୍ଷୀୟ ନାବାଳିକାର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଆଜି ସକାଳୁ ଗାଁ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି। ନାବାଳିକାଙ୍କୁ ଅତି ନୃଶଂସଭାବେ ଦୁଷ୍କର୍ମ କରାଯାଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଗତକାଲ ରଜଉତ୍ସବ ଦେଖାଇବାକୁ କହି ଜଣେ ଯୁବକ ତାଙ୍କୁ ସାଇକେଳରେ ବସାଇ ଗାଁରୁ ନେଇଥିଲେ। ମାତ୍ର ସେହି ସମୟରୁ ନାବାଳିକାଙ୍କର କୌଣସି ପତ୍ତା ନ ଥିଲା। ଆଜି ତାଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି। ଗାଁ ଲୋକେ ଅଭିଯୁକ୍ତର ଘରକୁ ମଧ୍ୟ ଆକ୍ରମଣ କରିଛନ୍ତି।
ବେତନଟୀ ଥାନା ସୂତ୍ରରୁ ପ୍ରକାଶ ଯେ, ବଉଡ଼ବସା ଗାଁର ଜାମିନୀ ମହାନ୍ତ(୨୭ ବର୍ଷ) ନାମକ ଜଣେ ଯୁବକ ସେହି ଗାଁର ଜଣେ ୮ ବର୍ଷୀୟ ଝିଅକୁ ଗାଁ ନିକଟସ୍ଥ ଅନ୍ୟ ଏକ ଗାଁରେ ହେଉଥିବା ରଜ ଉତ୍ସବ ଦେଖିବା ପାଇଁ ପ୍ରଲୋଭିତ କରି ସାଇକେଲରେ ବସାଇ ନେଇ ଯାଇଥିଲେ। ମାତ୍ର ପରିବାର ଲୋକେ ଝିଅଟିକୁ ନ ପାଇ ବିଭିନ୍ନ ସ୍ଥାନରେ ଖୋଜଖୋଜି କରିଥିଲେ। ଏହି ସମୟରେ ଜାମିିନୀ ଝିଅଟିକୁ ସାଇକେଲରେ ନେଇଥିିବା କେତେକ ପିଲା ଦେଖିଥିବା କହିଥିଲେ। ଫଳରେ ଗାଁର ଆଦିବାସୀ ଲୋକେ ଜାମିନୀକୁ ଆଣି ଗଛରେ ବାନ୍ଧିି ମାଡ଼ମାରି ପଚରାଉଚରା କରିଥିଲେ। ମାତ୍ର ଜାମିନୀ କହିଥିଲେ ଯେ ସେ ଝିଅଟିକୁ ଅଳ୍ପ ବାଟ ନେଇ ଛାଡ଼ି ଦେଇଥିଲେ। ମାତ୍ର ଏଥିରେ ଲୋକେ ଆଶ୍ୱସ୍ତ ହୋଇ ନ ଥିଲେ। ପୂର୍ବରୁ ଜାମିନୀ ଜଣେ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରି ଗିରଫ ହୋଇଥିବାରୁ ଲୋକେ ଜାମିନୀ ଝିଅଟି ସହିତ କିଛି ଖରାପ କାର୍ଯ୍ୟ କରିଥିବା ଆଶଙ୍କା କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ଗାଁର ପହଞ୍ଚି ଜାମିନୀକୁ ଧରି ଥାନାକୁ ନେଇଥିଲା। ଆଜି ସକାଳେୁ ଗାଁ ନିକଟସ୍ଥ ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଅଭିଯୁକ୍ତ ଜାମିନୀଙ୍କ ଘରକୁ ଆକ୍ରମଣ କରିଛନ୍ତି। ଗାଁରେ ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେଇଛି।
ବେତନଟୀ: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଜବତ
Advertisment
Follow Us