୯ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଘଟଣା ସହିତ ସଂପୃକ୍ତ ୧୪ ବର୍ଷର ନାବାଳକକୁ ପଚରାଉଚରା କଲା ପୁଲିସ

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଘଟଣା ସହିତ ସଂପୃକ୍ତ ୧୪ ବର୍ଷର ନାବାଳକକୁ ପଚରାଉଚରା କଲା ପୁଲିସ

ପାଇକମାଳ: ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ଜଣେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ମଙ୍ଗଳବାର ଜଣେ ୧୪ ବର୍ଷର ନାବାଳକକୁ ଥାନାକୁ ନେଇ ପଚରାଉଚରା କରିଛି। ରିପୋର୍ଟ ଲେଖାଯିବା ବେଳକୁ ପୀଡ଼ିତାକୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ହସ୍‌ପିଟାଲରୁ ବୁର୍ଲା ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ନାବାଳିକା ଓ ନାବାଳକ ସୋମବାର ସନ୍ଧ୍ୟାରେ ଗାଁ ମୁଣ୍ଡରେ ଖେଳୁଥିଲେ। ଏହି ସମୟରେ ନାବାଳକର ମନରେ ଖରାପ ଚିନ୍ତା ଆସିଥିଲା। ଏହା ପରେ ସେ ନାବାଳିକାକୁ ନିକଟରେ ଥିବା ବୁଦାଳିଆ ଜଙ୍ଗଲକୁ ଡାକି ନେଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା। ଘଟଣା ପରେ ନାବାଳକ ସେଠାରୁ ଫେରାର ହୋଇଯାଇଥିବା ବେଳେ ନାବାଳିକା ଜଣକ ନିଜ ସହିତ ଘଟିଥିବା ସମସ୍ତ ଘଟଣା ପରିବାର ଲୋକଙ୍କୁ କାନ୍ଦି କାନ୍ଦି ଜଣାଇଥିଲା।

ଯନ୍ତ୍ରଣା ଅନୁଭବ କରିବାରୁ ପୀଡ଼ିତାକୁ ସୋମବାର ରାତି ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ମାତ୍ର ଏଠାରେ ମଧ୍ୟ ନାବାଳିକା ସୁସ୍ଥ ନ ହେବାରୁ ତାକୁ ଆଜି ବୁର୍ଲା ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ପରେ ପୁଲିସ ନାବାଳକୁ ଥାନାକୁ ନେଇଛି। ପୁଲିସ ନାବାଳକକୁ ପଚରାଉଚରା କରିଛି ବୋଲି ଆଇଆଇସି ବିଶ୍ୱଜିତ ମାନବୋଧ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe