ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ, ନାବାଳକ ଗିରଫ

ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

Representational image

କବାଟବନ୍ଧ: ଜେନାପୁର ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଳଜଙ୍ଗ ଅଞ୍ଚଳର ଜଣେ ୧୬ ବର୍ଷୀୟ ନାବାଳକକୁ ଗିରଫ କରାଯାଇଛି। ଅଭିଯୋଗ ମୁତାବକ ଗତ ୨୦ ତାରିଖ ସଂଧ୍ୟାରେ ନାବାଳିକା ଜଣକ ଘରେ ଏକା ଥିବା ସୁଯୋଗରେ ଅଭିଯୁକ୍ତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ପୀଡ଼ିତା ଚେତାଶୂନ୍ୟ ହୋଇଯିବା ପରେ ଅଭିଯୁକ୍ତ ସେଠାରୁ ଚାଲିଯାଇଥିଲା। ଘରଲୋକେ ଫେରିବା ପରେ ଗୁରୁତର ଅବସ୍ଥାରେ ପଡ଼ିଥିବା ଝିଅକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତ ୨୨ ତାରିଖରେ ତାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ୪୪/୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାବାଳକକୁ ଗିରଫ କରି ରାଉରକେଲାସ୍ଥିତ ସ୍ବଧାର ଗୃହକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe