ନାବାଳିକାଙ୍କୁ ‌ଯୌନ ଶୋଷଣ ଅଭିଯୋଗ: ଖୋଲାରେ ବୁଲୁଛି ଅଭିଯୁକ୍ତ, ଦେଉଛି ହତ୍ୟା ଧମକ

Advertisment
ଭୁବନେଶ୍ବରରେ ଲଜ୍ଜା: ୨ ନାବାଳିକାଙ୍କୁ ରାତିସାରା ଗଣଦୁଷ୍କର୍ମ

Image Source-- live hindustan

ଜୟପୁର: ଯ‌ୌନ ନିର୍ଯ୍ୟାତନାର‌ ଶିକାର ହୋଇଛନ୍ତି ଜଣେ ଆଦିବାସୀ ନାବାଳିକା। ଏହି ନାବାଳିକାଙ୍କୁ ସଦରଥାନା ଅନ୍ତର୍ଗତ ଜଣେ ବିବାହିତ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାସହ ଥାନାରେ କହିଲେ କି ଅନ୍ୟ କେଉଁଠି କହିଲେ ଜୀବନରୁ ମାରି ଦେବାକ ଧମକ ଦେଇଥିବା ଅଭିଯୋଗ ହୋଇଛି। ସଦରଥାନାରେ ୧୬୪/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଏବେ ବି ଫେରାର ରହିଛି ଉକ୍ତ ଯୁବକ। ନାବାଳିକାଙ୍କ ପରିବାରବର୍ଗଙ୍କୁ ଉକ୍ତ ଯୁବକ ଓ ତାଙ୍କ ପରିବାରବର୍ଗ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ ଚଳିତମାସ ୨ ତାରିଖରେ କୁଲି କାମ କରିବାକୁ ଯାଉଥିଲେ ନାବାଳିକା। ଏହି ସମୟରେ ଗାଁର ସୁରେନ୍ଦ୍ର ଗୌଡ ତାଙ୍କୁ ଟାଣି ନେଇଥିଲା। ଶାରୀରିକ ସଂପର୍କ ରଖ ନଚେତ ଜୀବନରେ ମାରିଦେବି ଏମିତି ଧମକ ଚମକ ଦେଇଥିଲା। ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରୁଥିଲା ଅଭିଯୁକ୍ତ ପୁରୁଷ। ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ କୁଲି କାମ ପାଇଁ ଯାଉଥିବା ଏହି ନାବାଳିକା ଜଣକ ‌ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବା ଜଣାପଡିଛି। ସୁରେନ୍ଦ୍ର ବିବାହିତ ହୋଇଥିବାବେଳେ ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି। ସୁରେନ୍ଦ୍ରଙ୍କର ପ୍ରେମ ନିବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। କିନ୍ତୁ ମାନି ନ ଥିଲେ ସୁରେନ୍ଦ୍ର। ଧମକଚମକ ଦେଇ ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇ ଶାରୀରିକ ସଂପର୍କ ରଖିବାରୁ ବାଧ୍ୟ କରୁଥିଲେ। ଏହାସହ ନ ମାନିଲେ ମାଡ ମାରି ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିବା ଅଭିଯୋଗ ଆଣିଛନ୍ତି ଉକ୍ତ ନାବାଳିକା।

ଖାଲି ସେତିକି ନୁହେଁ ଶାରୀରିକ ସଂପର୍କ ନରଖିଲେ ନିର୍ଦ୍ଧିୁମ ପିଟିବା ସହ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ ସୁରେନ୍ଦ୍ର। ସୁରେନ୍ଦ୍ର ତାଙ୍କ ସ୍ତ୍ରୀ ଓ କିଛି ସଂପର୍କୀୟ ମଧ୍ୟ ତାଙ୍କୁ ମାଡ ମାରିଥିଲେ। ଗୁରୁତର ହୋଇଏବେ ୪ ଦିନ ହେବ ଜୟପୁର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଏନେଇ ସଦର ଆଇଆଇସି ରଘୁନାଥ ମାଝି କହିଛନ୍ତି ଯେ ଅଭିଯୋଗ ଅନୁସାରେ ଥାନାରେ ମାମଲା ହୋଇଛି। ଘଟଣାର ଅନୁଧ୍ୟାନ ହେବା ପରେ ଯେଉଁମାନଙ୍କର ସମ୍ପୃକ୍ତି ରହିଛି ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe