ଖେଳୁ ଖେଳୁ ମିଳିଲେନି ଶିଶୁକନ୍ୟା: ୨ ଘଣ୍ଟା ମଧ୍ୟରେ କାବ୍ୟାଙ୍କୁ ଉଦ୍ଧାର କଲା ପୁଲିସ୍‌

Advertisment

ବାରିପଦା ଟାଉନ୍‌ ଥାନା ପୁଲିସ୍‌ର ତ୍ବରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା

ବାରିପଦା ଟାଉନ୍‌ ଥାନା ପୁଲିସ୍‌ର ତ୍ବରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା

୩୦୧ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟା, ଭୁବନେଶ୍ବରରୁ ୫

ବାରିପଦା: ବର୍ତ୍ତମାନ ସମଗ୍ର ରାଜ୍ୟରେ ଶିଶୁ ନିଖୋଜ ଘଟଣା ସାଧାରଣରେ ଭୟ ଖେଳାଇଦେଇଛି। ଏନେଇ ନ୍ୟାୟାଳୟ ମଧ୍ୟ ଉଦ୍‌ବେଗ ପ୍ରକାଶ କରିସାରିଲେଣି। ଆଜି ଏପରି ଏକ ଘଟଣା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୩ ତୁଳସୀଚଉରା ଅଞ୍ଚଳରେ ଚହଳ ପକେଇଦେଇଥିଲା। ଜ୍ୟୋତ୍ସା ଓ ଫର୍ଡିନାଣ୍ଡ୍‌ ହେମ୍ବ୍ରମ୍‌ଙ୍କ ୮ ବର୍ଷୀୟା ଶିଶୁକନ୍ୟା କାବ୍ୟା ଶକୁନ୍ତଳା ଆଜି ଦିନବେଳେ ହଠାତ୍‌ ଖେଳୁ ଖେଳୁ ଆଉ ମିଳିନଥିଲେ। ପରିବାର ଲୋକ ଚାରିଆଡ଼େ ଖୋଜିଲେ ମଧ୍ୟ ଝିଅକୁ ପାଇନଥ‌ିଲେ। ଅଗତ୍ୟା ବାରିପଦା ଟାଉନ୍‌ ଥାନାର ସାହାଯ୍ୟ ଲୋଡ଼ି‌ଥିଲେ ଶିଶୁକନ୍ୟାଙ୍କ ମା’। ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଏହି ଖବର ପାଇବା ପରେ କାଳବିଳମ୍ବ ନକରି ତୁରନ୍ତ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି କାବ୍ୟାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଦ୍‌ ଆଇଆଇସି ଶ୍ରୀ ସେନାପତି ଏହି ଟିମ୍‌ର ନେତୃତ୍ବ ନେଇ ନିଖୋଜ ଶିଶୁକନ୍ୟାଙ୍କୁ ଠାବ କରିବାକୁ ଆରମ୍ଭ କରିଥିଲେ ଅପରେସନ୍‌। ପୁଲିସ୍‌ର ଏହି ତ୍ବରିତ ପଦକ୍ଷେପ ଫଳ ଦେଇଥିଲା। ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାବ୍ୟାଙ୍କୁ ଠାବ କରିଥିଲା ପୁଲିସ୍‌। ଯାହାକି କାବ୍ୟାଙ୍କ ପିତାମାତାଙ୍କୁ ଆଣିଦେଇଥିଲା ଖୁସିର ଚମକ। ପୁଲିସ୍‌ର ଏପରି ତ୍ବରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। କାରଣ ବର୍ତ୍ତମାନ ସମୟରେ ଚାଲିଥିବା ଶିଶୁ ନିଖୋଜ ଘଟଣାରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ଟାଉନ୍‌ ଥାନରେ କେସ୍‌ ନଂ-୯୨୪/୧୯-୧୨-୨୦୨୦ ମୂଳେ ୩୬୩ ଆଇପିସିରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe