ଏପ୍ରିଲ ୨୪ରେ ବିଜେପୁରରୁ ନିଖୋଜ ହୋଇଥିଲା ନାବାଳିକା, ସାଢ଼େ ୩ ମାସ ପରେ ଚେନ୍ନାଇରୁ ଉଦ୍ଧାର

Advertisment
ଏପ୍ରିଲ ୨୪ରେ ବିଜେପୁରରୁ ନିଖୋଜ ହୋଇଥିଲା ନାବାଳିକା, ସାଢ଼େ ୩ ମାସ ପରେ ଚେନ୍ନାଇରୁ ଉଦ୍ଧାର

ବରଗଡ଼: ଗତ ଏପ୍ରିଲ ୨୪ ତାରିଖରେ ବିଜେପୁର ଅଞ୍ଚଳରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ରୀକୁ ପୁଲିସ ସାଢ଼େ ୩ ମାସ ପରେ ଚେନ୍ନାଇରୁ ଉଦ୍ଧାର କରିଛି। ଏଥି ସହିତ ପୁଲିସ ନାବାଳିକା ଅପହରଣକାରୀକୁ ଗିରଫ କରିଛି।

ପୁଲିସ କହିଛି ଯେ, ବିଜେପୁର ଅଞ୍ଚଳର ନାବାଳିକାକୁ ଅପହରଣ  ଅଭିଯୋଗରେ ବରପାଲି ଥାନା ବନ୍ଧପାଲି ଗ୍ରାମର ରିଙ୍କୁ ମେହେର ନାମକ ଜଣେ ଯୁବକକୁ ଗିରଫ କରାଯାଇଛି। ରିଙ୍କୁ ଚେନ୍ନାଇରେ ରହି କାମ କରୁଥିଲା। ସେ ଗତ ଏପ୍ରିଲ ମାସରେ ଗାଁକୁ ଆସିଥିଲା ଓ ନିଜ ଅଞ୍ଚଳର ନାବାଳିକାକୁ ନେଇ ଫେରାର ହୋଇଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ବିଜେପୁର ପୁଲିସ ତାମିଲନାଡୁ ପୁଲିସ ସହିତ ଯୋଗାଯୋଗ କରି ଚେନ୍ନାଇରୁ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି ।

ଏ ନେଇ ବିଜେପୁର ପୁଲିସ କେସ ନମ୍ବର ୧୧୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଗତ ଏପ୍ରିଲ ୨୪ ତାରିଖରେ ନାବାଳିକା ନିଖୋଜ ହୋଇଯାଇଥିବା ବେଳେ ବହୁତ ଖୋଜାଖୋଜି କରି ନିରାଶ ହେବା ପରେ ପରିବାରବର୍ଗ  ଜୁନ ୭ ତାରିଖରେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe