ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିବା ନାବାଳିକାକୁ ଜଙ୍ଗଲରେ ଦୁଷ୍କର୍ମ

ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିବା ନାବାଳିକାକୁ ଜଙ୍ଗଲରେ ଦୁଷ୍କର୍ମ

ବୌଦ୍ଧ: କୁନ୍ଦୁଲି ଦୁଷ୍କର୍ମ ପୀଡ଼ିିତାଙ୍କ ଘଟଣାର ତାତି ଥମି ନଥିବା ବେଳେ ଗତକାଲି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଫାଣ୍ଡି ପୁଡିବାହାଲ ଗ୍ରାମରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ନଳକୂପକୁ ପାଣି ନେଇ ଆସିଥିବା ଜଣେ ନାବାଳିକାକୁ ଦୁଇଜଣ ଯୁବକ ପାଖ ଜଙ୍ଗଲକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ପୀଡତା ସ୍ମିତା(ଛଦ୍ମନାମ) ଏକ ବିବାହ ଉତ୍ସବରେ ସାମିଲ ହେବାକୁ ତାର ମାଉସୀଙ୍କ ଘରକୁ ଆସିଥିଲା। ଗତକାଲି ସନ୍ଧ୍ୟାରେ ସେ ମାଉସି ଘରଠାରୁ କିଛି ଦୂରରେ ଥିବା ଏକ ନଳକୂପକୁ ପାଣି ନେବାକୁ ଯାଇଥିଲା। ସେହି ସମୟରେ ସେଠାରେ କେହି ନଥିବା ଦେଖି ପୁଡିବାହାଲ ଗ୍ରାମର ଦୁଇଜଣ ଯୁବକ ସ୍ମିତାକୁ ସେଠାରୁ ଉଠାଇ ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ଜଣେ ଯୁବକ ସ୍ମିତା ସହିତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଦୁଷ୍କର୍ମପରେ ଦୁଷ୍କର୍ମକାରୀ ଓ ତାର ସାଥୀ ସ୍ମିତାକୁ ଜଙ୍ଗଲ ଭିତରେ ଛାଡ଼ି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରାତି ହେବାରୁ ସ୍ମିତା ଘରକୁ କାହିଁକି ଫେରିଲା ନାହିଁ ବୋଲି ପରିବାରବର୍ଗ ଖୋଜାଖୋଜି କରିବା ପରେ ଜଙ୍ଗଲ ନିକଟରେ ସ୍ମିତାଙ୍କୁ ପାଇଥିଲେ। ଝିଅଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ କଣ୍ଟାମାଳ ଥାନାରେ ଦୁଷ୍କର୍ମକାରୀ ବିରୋଧରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାରବର୍ଗ।

publive-image

ପୀଡିତା ପରିବାର ଅଭିଯୋଗ କ୍ରମେ ପୁଲିସ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ କରିବା ସହିତ ସ୍ମିତାଙ୍କୁ ଡାକ୍ତରୀ ମାଇନା ପାଇଁ କଣ୍ଟାମାଳ ହସ୍‌ପିଟାଲକୁ ପଠାଇ ଦେଇଛି। ଦୁଷ୍କର୍ମକାରୀକୁ ଧରିବା ପାଇଁ ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe