ନିଆଁରେ ପୋଡି ନାବାଳକ ଗୁରୁତର

ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ : ଦାମୀ ଗାଡ଼ି ଉପରେ ପରିସ୍ରା କଲେ, ବିରୋଧ କରିବାରୁ ସୁରକ୍ଷା କର୍ମୀଙ୍କ ଦେହରେ ନିଆଁ ଲଗାଇ ଦେଲେ

ଭଞ୍ଜନଗର: ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୁରାବାଡି ଗ୍ରାମରେ ଶନିବାର ନିଆଁରେ ପୋଡି ଯିବାରୁ ଜଣେ ନାବାଳକ ଗୁରୁତର ହୋଇଛି। ରବୀନ୍ଦ୍ର ଗେଡଙ୍କ ପୁଅ ପବିତ୍ର ଗେଡ (୪) ଗୁରୁତର ହୋଇଛି। ପବିତ୍ରର ଶରୀରର ଅଧିକାଂଶ ସ୍ଥାନ ପୋଡି ଯାଇଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ରବୀନ୍ଦ୍ର ଘରେ ନଥିବା ବେଳେ ପତ୍ନୀ ଗୀତାଞ୍ଜଳି ପୁଅ ପବିତ୍ରକୁ ନଣନ୍ଦ ପାଖରେ ଛାଡି କାମକୁ ଯାଇଥିଲେ। ଘରେ କାଠ ଚୂଲିରେ ରୋଷେଇ ହେଉଥିବା ବେଳେ ନଣଦ କେଣସି କାମରେ ଅନ୍ୟ କଠୋରୀକୁ ଯାଇଥିଲେ। ସେହି ସମୟରେ ପବିତ୍ର ଚୁଲି ଉପରେ ପଡିଯାଇଥିଲା, ଯାହା ଫଳରେ ପବିତ୍ରଙ୍କ ଗୋଡ, ହାତ ଓ ମୁହଁ ପୋଡି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe