ବାଲ୍ୟ ବିବାହ ରୋକିଲା ଚାଇଲ୍‌ଡ ଲାଇନ୍‌ ଓ ପୁଲିସ

Advertisment
ବାଲ୍ୟ ବିବାହ ରୋକିଲା ଚାଇଲ୍‌ଡ ଲାଇନ୍‌ ଓ ପୁଲିସ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଘୁରୁଡୁଖମଣ ଗ୍ରାମରେ ଚାଇଲ୍‌ଡ ଲାଇନ ଓ ପୁଲିସର ମିଳିତ ଚଢ଼ଉ ଫଳରେ ଏକ ବାଲ୍ୟ ବିବାହକୁ ରୋକାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଘୁରୁଡୁ ଖମଣ ଗ୍ରାମର ଜଣେ ନାବାଳିକାର ବିବାହ ବାରକୋଟ ଥାନା ଅନ୍ତର୍ଗତ ଜାମୁନାଳି ଗ୍ରାମରେ ଠିକ୍‌ ହୋଇଥିଲା। ଆଜି ସେମାନଙ୍କର ବାହାଘର ଥିବାବେଳେ ବିବାହ ପାଇଁ କନ୍ୟାପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା। କନ୍ୟା ଜଣକ ନାବାଳିକା ବୋଲି କୌଣସି ସୂତ୍ରରୁ ସୂଚନା ପାଇ ବାରକୋଟ ସିଡିପିଓ ପ୍ରବୀଣା ମିଶ୍ର, ଚାଇଲ୍‌ଡ ଲାଇନ ସଂଯୋଜକ ରମାକାନ୍ତ ସାହୁ ଓ ଦେବଗଡ଼ ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଞ୍ଚି ବିବାହକୁ ବେଆଇନ ଦର୍ଶାଇ ଥିଲେ।

ପୁଲିସ ଓ ଚାଇଲ୍‌ଡ ଲାଇନ କର୍ମକର୍ତ୍ତାଙ୍କୁ ଦେଖି କନ୍ୟାପକ୍ଷ ଓ ଅନ୍ୟ ପଡୋଶୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ପାଟିତୁଣ୍ଡ ହୋଇଥିଲା। ତେବେ ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଉଭୟ କନ୍ୟାପକ୍ଷ ଓ ବରପକ୍ଷ ପରିବାରଲୋକଙ୍କ ସହମତିରେ ବିବାହକୁ ବନ୍ଦ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe