ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା, ଅଭିଯୁକ୍ତ ବିବାହିତ ଯୁବକ ଗିରଫ

Advertisment
ଘରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା, ଅଭିଯୁକ୍ତ ବିବାହିତ ଯୁବକ ଗିରଫ

ବାରିପଦା: ମୟୂରଭଂଜ ବାରିପଦା ସହରରେ ଜଣେ ନାବାଳିକାଙ୍କୁ ଗର୍ଭବତୀ କରି ଜଣେ ବିବାହିତ ଯୁବକ ଗିରଫ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପୁଲିସର ସୂଚନା ଅନୁଯାୟୀ ୧୬ ବର୍ଷୀୟା ଏହି ନାବାଳିକାଙ୍କ ଘରେ କେହି ନଥିବା ବେଳେ ଅଭିଯୁକ୍ତ ସୁଶାନ୍ତ ବେହେରା(୩୩) ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା ଓ ଧମକ ଚମକ ଦେଇ ପରବର୍ତ୍ତି ସମୟରେ ଅନେକ ଥର ଏଭଳି କୁକର୍ମ କରିଥିଲା। ୩ ଦିନ ପୂର୍ବେ ନାବାଳିକାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ। ପରୀକ୍ଷା ନିରୀକ୍ଷା ପରେ ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିବା ଡାକ୍ତର କହିଥିଲେ। ପରିବାର ଲୋକେ ଝିଅକୁ ଏ ନେଇ ପଚରାଉଚୁରା କରିବାରୁ ସୁଶାନ୍ତ ଏଭଳି କାମ କରିଥିବା କଥା ନାବାଳିକା ଜଣକ କହିଥିଲା।

ଏ ନେଇ ପରିବାର ପକ୍ଷରୁ ଗତକାଲି ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଡିଏସପି ଅମରିତ୍‌ କୁମାର ପଣ୍ଡା ଏହାର ତଦନ୍ତ ଭାର ନେଇଥିବା ବେଳେ ଅଭିଯୁକ୍ତ ସୁଶାନ୍ତକୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ସୁଶାନ୍ତ ବିବାହିତ ଓ ତାଙ୍କର ପତ୍ନୀ ଓ ପିଲାଛୁଆ ଅଛନ୍ତି ବୋଲି ଟାଉନ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe