ସାମ୍ବାଦିକଙ୍କୁ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ; ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ

Advertisment
ସାମ୍ବାଦିକଙ୍କୁ ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ; ଟାଉନ ଥାନାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅଭିଯୋଗ

ଯାଜପୁର: ସାମାଜିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିବା ଅଭି‌ଯୋଗରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଛି। ଯାହାକୁ ନେଇ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ, ଯାଜପୁର ଟାଉନ ଥାନା ଅଧୀନ ସିଧେଶ୍ବର ଅଞ୍ଚଳର ହେମନ୍ତ ଦୀକ୍ଷିତ ନାମକ ଯୁବକ ବିଭିନ୍ନ ଘଟଣା ସହ ସାମ୍ବାଦିକଙ୍କ କାର୍ଯ୍ୟ କରିବାର ଶୈଳୀ ଓ ଉପାୟକୁ ସମାଲୋଚନା କରିବା ସହ ସାମ୍ବାଦିକମାନଙ୍କୁ ସଂପୂର୍ଣ୍ଣ ଖରାପ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଯାହାକି ଗତକାଲି ହେମନ୍ତଙ୍କ ଫେସବୁକ୍ ଏକାଉଣ୍ଟରୁ ଭାଇରାଲ ହେବାରେ ଲାଗିଛି।

ଏହି ଖବର ଜଣାପଡିବା ପରେ ଯାଜପୁରର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ତେବେ ଏନେଇ ଯାଜପୁର ପ୍ରେସ କ୍ଲବର ସଂପାଦକ ଅରୁଣ କୁମାର ରାଉତରାୟ ଟାଉନ ଥାନାରେ ଏପରି ଆପତ୍ତିଜନକ ପୋଷ୍ଟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି।

ଏହି ସମୟରେ ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତି, ତପନ ମହାନ୍ତି , ଆଦିତ୍ୟ ମେକାପ, ଦେବାଶିଷ ସାହୁ, ମହେଶ୍ବର ସାହୁ, ଆଦିତ୍ୟ ମହାନ୍ତି, ଦିଲିପ ଦାସ, ଅନିଲ ପଣ୍ଡା, ପରମେଶ୍ବର ବେହୁରିଆ, ସୌମ୍ୟ ରଂଜନ ଦାସ, ଅଜୟ ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଅଭିଯୋଗ ପାଇଲା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe