ଧାନଗଦାରେ ନିଆଁ ଲଗାଇଲେ ଦୁର୍ବୃତ୍ତ: ୧୦ ଏକର ଚାଷ ଜମିର ଧାନ ପୋଡ଼ି ପାଉଁଶ

ଧାନଜମିରୁ କଳେଇ ଆଣି ଖଳାରେ ଗଦାମାରି ରଖାଯାଇଥିଲା। ତେବେ ଏଥିରେ ନିଆଁ ଲାଗି ଧାନଗଦା ଜଳିଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଆଁଲାଗି ଖଳାରେ ଗଦା ମରାଯାଇଥିବା ୧୦ ଏକର ଜମିର ଧାନ ଜଳିଯାଇଛି...

4amnnxpa

ବରଗଡ଼: ଧାନଜମିରୁ କଳେଇ ଆଣି ଖଳାରେ ଗଦାମାରି ରଖାଯାଇଥିଲା। ତେବେ ଏଥିରେ ନିଆଁ ଲାଗି ଧାନଗଦା ଜଳିଯାଇଛି। ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବୀରଜାମ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିଆଁଲାଗି ଖଳାରେ ଗଦା ମରାଯାଇଥିବା ୧୦ ଏକର ଜମିର ଧାନ ଜଳିଯାଇଛି।

ଚାଷୀମାନେ କ୍ଷେତରୁ ଧାନ ଅମଳ କରି ଖଳାରେ ରଖିଥିଲେ। ଗତକାଲି ରାତିରେ କିଛି ଦୁର୍ବୃତ୍ତ ଧାନଗଦାରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ରାତିରେ ଧାନଗଦା ଜଳୁଥିବା ଦେଖି ଗ୍ରାମବାସୀମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଧିକ ପଢ଼ନ୍ତୁ: ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ: ଜଣେ ମୃତ, ୩ ଆହତ

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ଏବେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି।

ଅଧିକ ପଢ଼ନ୍ତୁ: ସମସ୍ତ କ୍ବାରି ସାଇଡରେ ସିସିଟିଭି ଲଗାଇବାକୁ କଡ଼ା ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe