ରାଜକନିକା: ୩ଟି ବାଇକ୍‌କୁ ଜାଳି ଦେଲେ ଦୁର୍ବୃତ୍ତ

Advertisment
ରାଜକନିକା: ୩ଟି ବାଇକ୍‌କୁ ଜାଳି ଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା/ରାଜକନିକା: ଗତକାଲି ରାତିରେ କେହି ଦୁର୍ବୃତ୍ତ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗ୍ରାମରେ ୩ଟି ବାଇକ୍‌ରେ ନିଆଁ ଳଗାଇ ଦେଇଛି। ବାଇକଗୁଡ଼ିକ ଜଳୁଥିବା ଦେଖି ଲୋକେ ନିଆଁକୁ ଲିଭାଇଥିଲେ। ଏହି ଅଗ୍ନିକାଣ୍ଡରେ ଦୀପକ ରାଉତ, ଶ୍ରୀଧର ଜେନାଙ୍କୁ ଦୁଇଟି ବାଇକ୍‌ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିିବା ବେଳେ କପିଳ ରାଉତଙ୍କ ବାଇକ୍‌ଟି ଆଂଶିକ ପୋଡ଼ି ଯାଇଛି। ଏପରକି ବାଇକ ଗୁଡ଼ିକ ରଖାଯାଇଥିବା ଘରର କବାଟ ମଧ୍ୟ ପୋଡ଼ି ଯାଇଛି। କେହି ଦୁର୍ବୃତ୍ତ ପେଟ୍ରୋଲ ଢ଼ାଳି ସେଥିରେ ନିଆଁ ଲଗାଇଦେଇଥିବା ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe