ନୂଆପଡ଼ା: ତମ୍ବା ପଇସା ଡିଲ କରୁଥିବା ୨ ନିଖୋଜ ଯୁବକଙ୍କ ମୃତଦେହ କେନାଲରୁ ଉଦ୍ଧାର

Advertisment
ନିଟ୍ ପରୀକ୍ଷାରେ ବିଫଳ ଛାତ୍ରଙ୍କ ଆତ୍ମହତ୍ୟା!

image source--East ldho news

ନୂଆପଡ଼ା: ତମ୍ବା ପଇସା ଡିଲ କରୁଥିବା ୨ ଜଣ ନିଖୋଜ ଯୁବକଙ୍କ ମୃତଦେହ ଆଜି ସକାଳୁ କେନାଲରୁ ଉଦ୍ଧାର ହୋଇଛି। ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ବଙ୍ଗାଘାଟି ଜଙ୍ଗଲ ମଧ୍ୟ ଦେଇ ଯାଇଥିବା କେନାଲରୁ ୨ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି। ମୃତକମାନେ ହେଲେ ପିଣ୍ଟୁ ସାହୁ (୨୩) ଓ ପଦ୍ମନ ମାଝୀ (୪୫)।

ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ତରବୋଡ ପାଣ୍ଡିର ଘାଣ୍ଟିପଡ଼ାର ପିଣ୍ଟୁ ସାହୁ ଏବଂ ଲଖନା ଥାନା ଅନ୍ତର୍ଗତ ରେଙ୍ଗାଲବାହାଲ ଗାଁର ପଦ୍ମନ ମାଝି ତମ୍ବା ଟଙ୍କା ଡିଲ କାମ କରନ୍ତି। ସେମାନ ପୁରୁଣା ଯୁଗର ତମ୍ବା ଟଙ୍କା କିଣାବିକା କରନ୍ତି। କିନ୍ତୁ ଉଭୟ ଯୁବଗ ଗତ ୧୫ ତାରିଖ ଦିନ ବାଇକ୍‌ରେ କୁଆଡେ ଯାଇଥିଲେ ଯେ, ଆଉ ଘରକୁ ଫେରି ନଥିଲେ। ସେମାନଙ୍କର ନିଖୋଜ ନେଇ ପିଣ୍ଟୁ ସାହୁଙ୍କର ଜଣେ ସଂପର୍କୀୟ ଦାଦା ଡମ୍ବରୁ ସାହୁ ଗତକାଲି ଫାଣ୍ଡିରେ ଅଭିଯୋଗ କରିଥିଲେ।

ତେବେ ବଙ୍ଗାଘାଟି ଜଙ୍ଗଲ ଦେଇ ଯାଇଥିବା କେନାଲରେ ୨ ଜଣ ଯବକଙ୍କର ମୃତଦେହ ଭାସୁଥିବା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ୨ଟି ମୃତଦେହ ଉଦ୍ଧାର କରିଥିଲା। ପ୍ରାଥମିକ ତଦନ୍ତୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି। ତେବେ ଘଟଣାର ତଦନ୍ତ ଶେଷ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe