ନକ୍ସଲଙ୍କ କବଜାରେ ନିଖୋଜ ଯବାନ, ଆସନ୍ତାକାଲି ମାଓବାଦୀଙ୍କୁ ଭେଟିବ ଜେଲ ବନ୍ଦୀ ମୁକ୍ତ ସମିତି

ମୁକ୍ତି ପାଇଁ ଜେଲ ବନ୍ଦୀ ମୁକ୍ତ ସମିତି ନକ୍ସଲଙ୍କ ପାଖକୁ ଯିବ

ନକ୍ସଲଙ୍କ କବଜାରେ ନିଖୋଜ ଯବାନ, ଆସନ୍ତାକାଲି ମାଓବାଦୀଙ୍କୁ ଭେଟିବ ଜେଲ ବନ୍ଦୀ ମୁକ୍ତ ସମିତି

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତ ଶନିବାର ଦିନ ହୋଇଥିବା ଘମାସାନ ଲଢେଇରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ବହୁ ନକ୍ସଲ ମଧ୍ୟ ମୃତ୍ୟୁବରଣ କରିଥିବା ଜଣାପଡିଛି। ତେବେ କେତେ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନଥିବା ବେଳେ କିଛି ଦିନ ମଧ୍ୟରେ ନକ୍ସଲ ସଂଗଠନ ପକ୍ଷରୁ ଏହାର ସ୍ପଷ୍ଟୀକରଣ ଦିଆଯିବ ବୋଲି ଜଣାପଡିଛି।

ତେବେ ଶନିବାର ଦିନ ରାଜେଶ୍ବର ସିଂ ମନହାସଙ୍କୁ ନକ୍ସଲ ଅପହରଣ କରି ନେଇଯାଇଥିଲେ। ଏହି ସୂଚନା ନକ୍ସଲ ସଂଗଠନ ସ୍ଥାନୀୟ ସାମ୍ବାଦିକଙ୍କୁ ଫୋନ ଯୋଗେ ଜଣାଇଥିଲେ। ରାଜେଶ୍ବରଙ୍କୁ ମୁକ୍ତି ଦେବା ପାଇଁ ବିଭିନ୍ନ ମହଲରେ ନିବେଦନ କରାଯାଉଛି। ତେବେ ଛତିଶଗଡର ଜେଲ ବନ୍ଦୀ ମୁକ୍ତ ସମିତି ପକ୍ଷରୁ ନକ୍ସଲଙ୍କୁ ସାକ୍ଷାତ କରି ସିଆରପିଏଫ୍‌ ଯବାନ ରାଜେଶ୍ବର ସିଂଙ୍କୁ ଛାଡି ଦେବା ପାଇଁ ଅନୁରୋଧ କରାଯିବ ବୋଲି ସମିତି ପକ୍ଷରୁ କୁହାଯାଇଛି।

publive-image

ଆସନ୍ତା ୭ ତାରିଖ ଦିନ ଏହି ସମିତି ନକ୍ସଲଙ୍କ ପାଖକୁ ଯିବ ବୋଲି କୁହାଯାଇଛି। ସମିତିର ସଦସ୍ୟ ସୁଜିତ କର୍ମା ଏବଂ ସୋନି ସୋରିଙ୍କ ତରଫରୁ ଏହା ପ୍ରକାଶ କରାଯାଇଛି। ସମିତି କହିଛି ଗତ ଶନିବାର ଯାହା ଘଟିଗଲା ସାରା ଭାରତକୁ ଏକ ପ୍ରକାର ସ୍ତବ୍ଧ କରିଦେଲା। ସମିତି ସବୁବେଳେ ହିଂସାକୁ ବିରୋଧ କରିଛି। ସମିତି କେବେ ମଧ୍ୟ କଳା ଓ ସବୁଜ ରଂଗକୁ ସମର୍ଥନ କରିନାହିଁ କି ବିରୋଧ ମଧ୍ୟ କରିନାହିଁ। ଜୀବନ ଦୁଇ ପଟରୁ ଯାଇଛି। ତେଣୁ ନକ୍ସଲଙ୍କ ସହ ସାକ୍ଷାତ କରି ମାନବିକତା ଦୃଷ୍ଟିରୁ ଯବାନ ରାଜେଶ୍ବରଙ୍କୁ ନକ୍ସଲ ମୁକ୍ତ କରନ୍ତୁ ବୋଲି ନିବେଦନ କରାଯିବ। ତେବେ ଗତକାଲି ରାଜେଶ୍ବରଙ୍କ ଝିଅ ଏବଂ ପତ୍ନୀ ନକ୍ସଲଙ୍କୁ ଛାଡି ଦେବା ପାଇଁ ନିବେଦନ କରିଛନ୍ତି। ଏପରିକି ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସ୍ବାମୀଙ୍କୁ ବଂଚାଇବା ନେଇ ଅନୁରୋଧ କରିଛନ୍ତି। ଆସନ୍ତାକାଲି ହିଁ ଜଣାପଡିବ ଯେ ସିଆରପିଏଫ ଯବାନଙ୍କୁ ନକ୍ସଲ ଛାଡିବେ ନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe