ଘୋଘର ନଦୀରେ  ନିଖୋଜ ହୋଇ ଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର 

Advertisment
ଘୋଘର ନଦୀରେ  ନିଖୋଜ ହୋଇ ଯାଇଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର 

ସୁନ୍ଦରଗଡ଼: ଗତକାଲି ସେଲଫି ନେଲାବେଳେ ବାଲିଶଙ୍କରା ବ୍ଲକ୍ ଇବନଦୀ କନାକୁଣ୍ଡରେ ଖସିପଡି ନିଖୋଜ ହୋଇଯାଇଥିବା ଯୁବତୀଙ୍କ ମୃତଦେହ ଆଜି ଦିନ ସାଢେ ୧୧ଟାରେ ଉଦ୍ଧାର ହୋଇଛି। ଗତକାଲି ଠାରୁ ଦମକଳ ବାହିନୀ ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିଲେ।

ଉଲ୍ଲେଖଯୋଗ୍ୟ, ରାଜଗାଙ୍ଗପୁରର ଅନୁପମା ପ୍ରଜାପତି ଗତକାଲି ପରିବାର ଲୋକଙ୍କ ସହ  ଘୋଘର ନିକଟ ଇବନଦୀ କନାକୁଣ୍ଡକୁ ବଣଭୋଜି କରିବାକୁ ଆସିଥିଲେ। ପଥର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ସେ ତଳକୁ ଖସି ପଡ଼ିଥିଲେ। ପାଣି ଭିତରେ ସେ କୌଣସି ପଥର ସନ୍ଦିରେ ଲାଖି ଯାଇଥିବା ହେତୁ ବହୁ ଖୋଜାଖୋଜି କରିବା ପରେ ବି ତାଙ୍କର କୌଣସି ଖବର ମିଳି ନଥିଲା। ସନ୍ଧ୍ୟା ହୋଇଯିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ସ୍ଥଗିତ ରହିଥିଲା।

ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। କନାକୁଣ୍ଡର ଗଭୀର ଜଳରୁ ଅନୁପମାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସୂଚନାଯୋଗ୍ୟ, ଦୁଇ ମାସ ତଳେ ଅନୁପମାଙ୍କ ନିର୍ବନ୍ଧ ହୋଇଥିଲା। ଆଉ ଫେବ୍ରୁଆରି ୧୬ରେ  ତାଙ୍କର ବିବାହ ହେବାର ଥିଲା। ଅନୁପମାଙ୍କ ଏଭଳି ମୃତ୍ୟୁ ପରିବାର ଓ ରାଜଗାଙ୍ଗପୁରରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe