ବାଲେଶ୍ୱର: ୩ ଦିନ ହେବ ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ବାଲେଶ୍ୱର: ୩ ଦିନ ହେବ ନିଖୋଜ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲୋବର: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇଶାଣୀ ଗାଁରୁ ଜଣେ ୩୭ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ଯୁବକ ଜଣକ ୩ ଦିନ ହେବ ନିଖୋଜ ଥିବା ବେଳେ ଆଜି ସକାଳୁ ଅତ୍ୟନ୍ତ ସନ୍ଦେହଜନକ ଭାବେ ତାଙ୍କ ମୃତଦେହ ଗାଁ ପାଖ ବିଲରୁ ଉଦ୍ଧାର ହୋଇଛି।
ମିିଳିଥିବା ସୂଚନା ଅନୁଯାୟୀ, ଇଶାଣୀ ଗ୍ରାମର ହରିଶ୍ଚନ୍ଦ୍ର ଦାସ (୩୭ ବର୍ଷ) ବୃତ୍ତିରେ ଜଣେ ରାଜମିସ୍ତ୍ରୀ। ତେବେ ଗତ ତିନି ଦିନ ହେବ ଶ୍ରୀ ଦାସ ହଠାତ ନିଖୋଜ ହୋଇ ଯାଇଥିଲେ। ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ତେବେ ଆଜି ସକାଳୁ ବିଲରେ ଉଠିଥିବା ଏକ ୫/୬ ଫୁଟ ଉଚ୍ଚତାର ଏକ ତାଳ ଗଛ ବାହୁଙ୍ଗା ସହିତ ତାଙ୍କ ବେକ ଏକ ରଶିରେ ବନ୍ଧା ଯାଇଥିବା ବେଳେ ଠିଆ ହୋଇ ରହିଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଗାଁର କିଛି ଲୋକ ଦେଖିଥିଲେ। ଏ ଖବର ପ୍ରଚାର ହୋଇଯିିବା ପରେ ଗାଁଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ତେବେ ପାରିପାର୍ଶ୍ୱିକ ଅବସ୍ଥାରୁ ଶ୍ରୀ ଦାସଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି ।ପୁଲିସ ଘଟଣାସ୍ଥଳରେ ପହଞ୍ଚିମୃତଦେହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe