ନୂଆପଡ଼ା: ବୁଧବାର ନିଖୋଜ ଥିବା ଡହର ମାଝୀ (୫୮)ଙ୍କ ଜଣେ ବ୍ୟକ୍ତିଙ୍କର ମୃତ ଦେହ ଘର ଠାରୁ ଅଳ୍ପ ଦୂରରେ ଥିବା ପୋଖରୀରୁ ଗୁରୁବାର ସକାଳେ ଉଦ୍ଧାର କରାଯାଇଛି। ନୂଆପଡ଼ା ଜିଲ୍ଲା ବେଲଟୁକୁରି ଥାନା ଅନ୍ତର୍ଗତ ବେଲଟୁକୁରି ଗାଁ ଡହର ବିଲକୁ ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି ପରେ ବି ପାଇନଥିଲେ। ଆଜି ସକାଳେ ତାଙ୍କ ଶବ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।
ନିଖୋଜି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
Advertisment
Follow Us