ଧାଙ୍ଗେର ନଦୀକୂଳରୁ ଆରମ୍ଭ ହେଲା ମିସନ୍‌ ଗ୍ରିନ୍‌ ଜୀରା

Advertisment
ଧାଙ୍ଗେର ନଦୀକୂଳରୁ ଆରମ୍ଭ ହେଲା ମିସନ୍‌ ଗ୍ରିନ୍‌ ଜୀରା

ବରଗଡ଼: ବରଗଡ଼ ବ୍ଲକ୍‌ ଧାଙ୍ଗେରଠାରେ ଜୀରାନଦୀ କୂଳରେ ୨୩୦ଟି ବିଭିନ୍ନ କିସମର ଚାରାରୋପଣ କରାଯାଇ ମିସନ ଗ୍ରିନ ଜୀରା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଧାଙ୍ଗେର ସ୍ବେଚ୍ଛାସେବୀ ଯୁବଗୋଷ୍ଠୀ ଓ ବଲାଙ୍ଗୀର ଭେଟାଡୁଙ୍ଗରି ଆଦିବାସୀ ସଂସ୍କୃତି ସଂଘ ମିଳିତ ଆନୁକୂଲ୍ୟରେ ଜୀରା ନଦୀ କୂଳକୁ ସବୁଜ ବନାନୀରେ ପରିଣତ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମବାସୀଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି ପାଇଁ ଜନସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ମୁଖ୍ୟ ଅତିଥି ଭାବେ ପୂର୍ବତନ କୋଷାଗାର ଅଧିକାରୀ ମିନତୀ ପତି ଯୋଗଦେଇ ବୃକ୍ଷରୋପଣ ସହିତ ପର୍ଯ୍ୟାୟକ୍ରମେ ଜୀରା ନଦୀ କୂଳକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ଯୁବଗୋଷ୍ଠୀ ଆଗେଇ ଆସନ୍ତୁ ବୋଲି ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ପଞ୍ଚାନନ ଭୋଇ ଓ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଧାଙ୍ଗେର ସ୍ବେଚ୍ଛାସେବୀ ଯୁବଗୋଷ୍ଠୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe