ମିସନ ଶକ୍ତିରେ ବ୍ୟାପକ ହେରଫେର ଅଭିଯୋଗ: ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା

Advertisment
ମିସନ ଶକ୍ତିରେ ବ୍ୟାପକ ହେରଫେର ଅଭିଯୋଗ: ବିକ୍ଷୋଭ ପ୍ରଦର୍ଶନ କଲେ ଶତାଧିକ ମହିଳା

ବେତନଟୀସଦର: ଆଜି ବେତନଟୀ ବ୍ଲକ ଅଁଳା ପଂଚାୟତ ଅଧୀନରେ ଥିବା ଖଡ଼ିକାପଦା ମିସନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମୁତାବକ ଅଁଳା ପଂଚାୟତ ମିସନ ଶକ୍ତି ପକ୍ଷରୁ ଆସିଥିବା ଅର୍ଥ ରାଶିକୁ ଚଞ୍ଚକତା ପୂର୍ବକ ସେହି ପଂଚାୟତର ବିଏଲଏଫର ପ୍ରେସିଡେଣ୍ଟ ଭାରତୀ ଦାଶଙ୍କ ସମେତ କିଛି ଇସି ସଦସ୍ୟା ହଡ଼ପ କରିବା ସହ ବିଭିନ୍ନ ସମୟରେ ମିସନ ଶକ୍ତି ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି। ଏହାର ସ୍ପଷ୍ଟୀକରଣ ନିମନ୍ତେ ମିସନ ଶକ୍ତି ମାଆମାନେ ଭାରତୀଙ୍କୁ ବୈଠକକୁ ଡାକିଥିଲେ ସୁଦ୍ଧା ସେ ବୈଠକକୁ ଆସିପାରିବେ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ। ପରେ ଗୋଷ୍ଠୀର ମହିଳାମାନେ ମିଶନ ଶକ୍ତି କାର୍ଯ୍ୟାଳୟର ଚାବି ମାଗିଥିଲେ ସୁଦ୍ଧା ଭାରତୀ ଚାବି ଦେଇନଥିଲେ।

ଏଣୁ ଆଜି ମିସନ ଶକ୍ତି ମାଆମାନେ ତୁରନ୍ତ ଭାରତୀଙ୍କୁ ବହିଷ୍କାର କରିବା ପାଇଁ ମିସନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ। ଅଭିଯୋଗ ଆଣି ଆଜି ଅଁଳା ପଂଚାୟତର ଇସି ସଦସ୍ୟା ହୀରାମଣି ଗିରି, ପାର୍ବତୀ ପ୍ରଧାନ, ନମିତା ସାହୁଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜୟନ୍ତୀ ଦାସ, କବିତା ଦାସ, ସରସ୍ବତୀ ସାମଲ, ବାସନ୍ତୀ ସାହୁ, ସସ୍ମିତା ଦାସ, କବିତାରାଣୀ ଦାସ।

ଏ ସଂକ୍ରାନ୍ତରେ ବିଡ଼ିଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଏ ବାବଦରେ ପରେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କବିତାରାଣୀ ଦାସ କହିଛନ୍ତି। ଏ ବାବଦରେ ଭାରତୀ ଦାସଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିବା ସହ ସେ ଆଜି ଉପସ୍ଥିତ ନଥିଲେ ଏବଂ ଏ ବାବଦରେ ଫୋନ ଯୋଗେ ଜଣାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe