ଚଣ୍ଡିଖୋଲ: ଏମ୍ବିକେ ଓ ସିଆର୍ପି ନିଯୁକ୍ତି ପାଇଁ ଉତ୍କୋଚ ନେଉଥିବାର ଭିଡିଓ ଭାଇରାଲ ହେବା ଘଟଣାରେ ବଡ଼ଚଣା ମିସନ ଶକ୍ତି ସଭାନେତ୍ରୀ କିଛିନା ମହାପାତ୍ର ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣାକୁ ନେଇ ବିବାଦ ବଢ଼ିବା ସହ ଗତକାଲି ପ୍ରଶାସନିକ ତଦନ୍ତ ହୋଇଥିଲା।
ଶେଷରେ ଆଜି ସଭାନେତ୍ରୀ କିଛିନା ମହାପାତ୍ର ତାଙ୍କ ଇସ୍ତଫାପତ୍ରକୁ ବଡ଼ଚଣା ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କୁ ପ୍ରଦାନ କରିଥିଲେ। ସିଡିପିଓ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଥିବା ଜଣାଯାଇଛି।
Follow Us