ସୁନ୍ଦରଗଡ଼ରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍‌ ଇନ୍ଦ୍ରଧନୁସ’ର ଶୁଭାରମ୍ଭ

Advertisment

ଜିଲ୍ଲାରେ ୮୪୭ଟି ଟିକାଦାନ କେନ୍ଦ୍ର; ୧୮୨୮ ଶିଶୁ, ୩୩୧ ଗର୍ଭବତୀ ମା’ଙ୍କୁ ମିଳିବ ଟିକା; ସହରାଞ୍ଚଳ ବସ୍ତି ଓ ଦୁର୍ଗମ ଅଞ୍ଚଳକୁ ଫୋକସ୍‌

ଜିଲ୍ଲାରେ ୮୪୭ଟି ଟିକାଦାନ କେନ୍ଦ୍ର; ୧୮୨୮ ଶିଶୁ, ୩୩୧ ଗର୍ଭବତୀ ମା’ଙ୍କୁ ମିଳିବ ଟିକା; ସହରାଞ୍ଚଳ ବସ୍ତି ଓ ଦୁର୍ଗମ ଅଞ୍ଚଳକୁ ଫୋକସ୍‌

ସୁନ୍ଦରଗଡ଼ରେ ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍‌ ଇନ୍ଦ୍ରଧନୁସ’ର ଶୁଭାରମ୍ଭ

Sambad

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍‌ ଇନ୍ଦ୍ରଧନୁସ୍‌’ର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଏମସିଏଚ୍‌ କୋଠାରେ ସୋମବାର ଦିନ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୩୩୧ ଜଣ ଗର୍ଭବତୀ ମା’ ଓ ୧୮୨୮ ଜଣ ଜନ୍ମରୁ ୨ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାରେ ୮୪୭ଟି ଟିକାଦାନ କେନ୍ଦ୍ର କରାଯାଇଛି। ସମସ୍ତ ବ୍ଲକ୍‌ ଓ ସହରାଞ୍ଚଳରେ ଏହି କେନ୍ଦ୍ର ଖୋଲାଯାଇଛି। ପୂର୍ବରୁ ଟିକା ନେଇ ନଥିବା ଗର୍ଭବତୀ ମା’ ଓ ଶିଶୁଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଟିକାଦାନ କରାଯାଇ ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ ସୁନିଶ୍ଚିତ କରିବା ପାଇଁ ଉଦ୍ୟମ କରାଯାଉଛି। ‘‘ସୁନ୍ଦରଗଡ଼ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ‘ମିଶନ ଇନ୍ଦ୍ରଧନୁସ୍’ ଆରମ୍ଭ କରାଯାଇଛି। ଯେଉଁ ଶିଶୁ ଏବଂ ଗର୍ଭବତୀ ମା’ମାନେ ଟିକା ନେଇ ନାହାନ୍ତି ସେମାନେ କିପରି ଟିକା ନେବେ ସେଥିଲାଗି ଏହି କାର୍ଯ୍ୟକ୍ରମ ଅଧୀନରେ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମକୁ ଶତ ପ୍ରତିଶତ କରିବା ପାଇଁ ଲକ୍ଷ୍ୟ ରହିଛି’’, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

publive-image Sambad

ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ସାହୁ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ପି କେ ନାୟକ, ଡବ୍ଲ୍ୟୁଏଚଓର ଏସ୍ଏ‌ମ୍ଓ‌ ଡାକ୍ତର ଅରବିନ୍ଦ ସାହୁ, ଆରସିଏଚର ଡେପୁଟି ମ୍ୟାନେଜର ଅଶ୍ୱିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ଏହି ଟିକାକରଣ କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ ମାର୍ଚ୍ଚ ୨୨ରୁ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ।

‘‘ମିଶନ ଇନ୍ଦ୍ରଧନୁସ୍‌ କାର୍ଯ୍ୟକ୍ରମରେ ସହରାଞ୍ଚଳ ବସ୍ତି ଏବଂ ଦୁର୍ଗମ ଅଞ୍ଚଳକୁ ଫୋକସରେ ରଖାଯାଇଛି। ଏହି ଅଞ୍ଚଳରେ ଯେଉଁ ଶିଶୁ ବା ଗର୍ଭବତୀ ମା’ମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବାରୁ ଏହାକୁ ସଫଳ କରିବାକୁ ସମସ୍ତ ପଦକ୍ଷେପ  ନିଆଯାଇଛି’’, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର। ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍‌ ଇନ୍ଦ୍ରଧନୁସ୍‌’ ଆରମ୍ଭ କରାଯାଇଛି। ଗଜପତି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe