୫୫୦୦ ଟଙ୍କା କାଠ କାରିଗରଙ୍କୁ ଫେରାଇଲେ ରାଜମିସ୍ତ୍ରୀ

ଘରୋଇ ହସ୍ପିଟାଲରେ ଚାକିରି କରାଇଦେବ କହି ଦେଢ଼ଲକ୍ଷ ଚଳୁ

Loksatta

ବାଲିଅନ୍ତା:ଜଣେ ରାଜମିସ୍ତ୍ରୀ ପାଇଥିବା ୫ ହଜାର ୫୦୦ ଟଙ୍କା କାଠ କାରିଗରଙ୍କୁ ଫେରାଇ ନିଜର ମହାନତାର ପ୍ରମାଣ ଦେଖାଇଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ, ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତ ଅଧୀନ ଚାରିମାଣିଆ ଗ୍ରାମର ବଳରାମ ସାହୁ ନାମକ ଜଣେ କାଠମିସ୍ତ୍ରୀଙ୍କର ଗତ ସପ୍ତାହରେ ଗ୍ରାମ ଗୋପୀନାଥ ମନ୍ଦିର ନିକଟରେ ମନିପର୍ସ ହଜିଯାଇଥିଲା। ମନିପର୍ସ ଭିତରେ ତାଙ୍କର ୫ ହଜାର ୫୦୦ ଟଙ୍କା ଥିଲା। ଘରେ ପହଞ୍ଚିବା ପରେ ବଳରାମ ପକେଟରେ ପର୍ସ ନଥିବା ଦେଖି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ।

ସେ ଯେଉଁ ରାସ୍ତା ଦେଇ ଘରକୁ ଯାଇଥିଲେ ସେସବୁ ସ୍ଥାନରେ ଖୋଜାଖୋଜି କରିଥିଲେ। ହେଲେ ଆଉ ମନିପର୍ସ ପାଇନଥିଲେ। ମୁହଁ ସଂଧ୍ୟା ବେଳେ ବର୍ଷା ସମୟରେ ମାଲିକଠାରୁ ଉପରୋକ୍ତ ଟଙ୍କା ନେଇ ସେ ତରତର ହୋଇ ସାଇକେଲରେ ଆସୁଥିବାବେଳେ ପର୍ସଟି ମନ୍ଦିର ସଂଲଗ୍ନ ଅଞ୍ଚଳରେ ପଡ଼ିଯାଇଥିଲା। ତାଙ୍କ ସହ କାମ କରୁଥିବା ହେଲପର ଓ ଶ୍ରମିକଙ୍କୁ ତାଙ୍କର ଏହି ଟଙ୍କା ଦେବାର ଥିଲା। ହେଲେ ସେହି ବାଟ ଦେଇ ଆସୁଥିବା ମାଳ ପ୍ରଧାନ ସାହିର ସୁଦର୍ଶନ ପ୍ରଧାନ ପର୍ସଟି ପାଇବା ପରେ ହଜିଥିବା ବ୍ୟକ୍ତିଙ୍କୁ ଟଙ୍କା ଫେରାଇ ଦେବା ପାଇଁ ସେ ସେତେବେଳେ ଚେଷ୍ଟା କରିଥିଲେ ହେଁ ହଜିଥିବା ବ୍ୟକ୍ତିଙ୍କ ସଂପର୍କରେ ସେ କୌଣସି ସୂଚନା ପାଇନଥିଲେ।

ପରେ ଚାରିମାଣିଆ ଗ୍ରାମର ଗୋପାଳ ବେହେରା ନାମକ ଜଣେ ଯୁବକଙ୍କ ଠାରୁ ବଳରାମଙ୍କର ଟଙ୍କା ହଜିଯାଇଥିବା ଜାଣିବାକୁ ପାଇଥିଲେ। ତେଣୁ ସେ ବଳରାମଙ୍କ ଘରକୁ ଯାଇ ଉପଯୁକ୍ତ ପ୍ରମାଣ ଦେଖି ପର୍ସ ଭର୍ତ୍ତି ଟଙ୍କା ଫେରାଇ ଦେଇଥିଲେ। ବଳରାମ ତାଙ୍କୁ ପ୍ରଶଂସା କରି ୧୦୦୦ ଟଙ୍କା ନେବାକୁ ଅନୁରୋଧ କରିଥିଲେ। ମାତ୍ର ସୁଦର୍ଶନ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe