ଗଜପତି: ବିଜେଡି ଛାଡ଼ିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ

Advertisment
ଗଜପତି: ବିଜେଡି ଛାଡ଼ିଲେ ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ

ଗଜପତି: ଗଜପତି ଜିଲ୍ଲାର ମୋହନା ବିଧାୟିକା ବାସନ୍ତୀ ମଲିକ ଗୁରୁବାର ବିଜୁ ଜନତା ଦଳ ଛାଡ଼ିଛନ୍ତି। ଟିକେଟ୍‌ ନମିଳିବାରୁ ଦଳ ପ୍ରତି ଅସନ୍ତୁଷ୍ଟ ହେବା ପରେ ବିଧାୟିକା ବାସନ୍ତୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବାସନ୍ତୀ କେଉଁ ଦଳରେ ଯୋଗଦେବେ ତାହା ଏଯାଏଁ ସ୍ପଷ୍ଟ କରି ନାହାନ୍ତି।

ସୂଚନାଯୋଗ୍ୟ ଏଯାଏଁ ୩ ଜଣ ସାଂସଦ ଓ ୫ ଜଣ ବିଧାୟକ ବିଜେଡି ଛାଡ଼ିଛନ୍ତି। ପୂର୍ବରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ ବିଜେଡି ଛାଡ଼ିଥିଲେ। ସେହିପରି ଗଂଜାମ ଜିଲ୍ଲାର ଆସିକା ବିଧାୟକ ଦେବରାଜ ମହାନ୍ତି, ନୟାଗଡ଼ ଜିଲ୍ଲାର ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତ୍ରିନାଥ ଗମାଙ୍ଗ ବିଜେଡି ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe