ରାୟଗଡା ଧୋବାସାହିର ସମସ୍ୟା ବୁଝିଲେ ବିଧାୟକ

Advertisment
ରାୟଗଡା ଧୋବାସାହିର ସମସ୍ୟା ବୁଝିଲେ ବିଧାୟକ

Sambad

ରାୟଗଡା: ରାୟଗଡା ସ୍ଥିତ ଧୋବାସାହି ଗସ୍ତକରି ବିଧାୟକ ମକରନ୍ଦ ମୁଦୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି। ଧୋବା ସାହିରେ ବାସ କରୁଥିବା ସ୍ଥାନୀୟ ଲୋକଙ୍କର ବିଭିନ୍ନ ସମସ୍ୟା ରହିଥିବାରୁ ବିଧାୟକ ଶ୍ରୀ ମୁଦୁଲି ସମେତ ବରିଷ୍ଠ ବିଜେଡି ନେତା କୋଣ୍ଡା ରାଓ, ବରଜା ପାତ୍ର ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ବିଜେଡି ଏବେ ଠାରୁ ନିଜର ଭୋଟ ବ୍ୟାଙ୍କକୁ କାବୁ କରିବାକୁ ଆରମ୍ଭ କରି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଧାୟକ ସାହି ସାହି ବୁଲି ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା ଆରମ୍ଭ କରି ଦେଇଛନ୍ତି।

ଲୋକ ମାନେ ମଧ୍ୟ ନିଜ ପାଖରେ ବିଧାୟକଙ୍କୁ ପାଇ ସମସ୍ୟାର ପାହାଡ ଲଦି ଦେଇଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ସମସ୍ୟା ଗୁଡିକର ସମାଧାନ ହେବା ନେଇ ଲୋକେ ଆଶା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ବିଧାୟକ ଏବଂ ଅନ୍ୟ ବିଜେଡିର ନେତାମାନେ ସ୍ଥାନୀୟ ଅଂଚଳ ବୁଲି ଲୋକଙ୍କ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବେ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe