ଭଷ୍ମା ଥାନାରେ ବିଧାୟିକାଙ୍କ ଧରଣା, ଅତିରିକ୍ତ ଏସପିଙ୍କ ଉପରେ ବର୍ଷିଲେ

Advertisment
ଭଷ୍ମା ଥାନାରେ ବିଧାୟିକାଙ୍କ ଧରଣା, ଅତିରିକ୍ତ ଏସପିଙ୍କ ଉପରେ ବର୍ଷିଲେ

ସୁନ୍ଦରଗଡ଼ : ରାତି ପାହିଲେ ତ୍ରିସ୍ତରୀୟ ପଞ୍ଚାୟତର ଶେଷ ପର୍ଯ୍ଯାୟ ମତଦାନ। ସୁନ୍ଦରଗଡ଼ ଓ ଟାଙ୍ଗରପାଲି ବ୍ଲକର ୪ଟି ଜୋନରେ ବିଜେଡି ଓ ବିଜେପି ମଧ୍ଯରେ ଲାଗିଛି ଛକାପଞ୍ଝା। ଆଉ ଏ ସ୍ଥିତିରେ ବିଜେପି ବିଧାୟିକା କୁସୁମ ଟେଟେଙ୍କ ୩ ସମର୍ଥକଙ୍କୁ ପୁଲିସ ଉଠାଇ ଆଣି ଭଷ୍ମା ଥାନାରେ ଅଟକ ରଖିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିଧାୟିକା ଶ୍ରୀମତୀ ଟେଟେ ଓ ତାଙ୍କ ସମର୍ଥକ ଥାନାରେ ପଶି ପାଟିତୁଣ୍ଡ କରିବା ସହ ଧାରଣା ଦେଇଛନ୍ତି। ଏହି ଅବସରେ ବିଧାୟିକା ଥାନା ଭିତରେ ପଶି ପୁଲିସର କାର୍ଯ୍ଯଶୈଳୀକୁ ନିନ୍ଦା କରିବା ସହ ସେଠାରେ ଉପସ୍ଥିତ ଅତିରିକ୍ତ ଏସପିଙ୍କ ଉପରେ ପ୍ରବଳ ବର୍ଷିଥିଲେ। ଅଭିଯୋଗ ଅନୁସାରେ, ବିଜେପିର ତିନି ଜଣ କର୍ମୀ ଶୋଭନ ହୋତା, ମନୋଜ ଧଳ, ପ୍ରଦୀପ କୁମାର ସାହୁଙ୍କୁ ଟାଉନ ଥାନା ପୁଲିସ ବାରଗାଡ ନିକଟରୁ ଉଠାଇ ଆଣି ଭଷ୍ମା ଥାନାରେ ଅଟକ ରଖିଛି। କୌଣସି ଅଭିଯୋଗ ନଥାଇ ପୁଲିସ ଅଟକ ରଖିଥିବା ପ୍ରକାଶ ପାଇବା ପରେ ଘଟଣା ସମ୍ପର୍କରେ ବୁଝିବାକୁ ବିଧାୟିକା ଥାନାକୁ ପହଞ୍ଚିଥିଲେ। କିନ୍ତୁ ସେତେବେଳେ ଥାନାର କବାଟ ବନ୍ଦ ଥିଲା। ଭିତରେ ଅତିରିକ୍ତ ଏସପି ଓ ଏସଡିପିଓ ରହିଥିଲେ ମଧ୍ଯ କବାଟ ଖୋଲି ନଥିଲେ। ଯାହାକୁ ନେଇ ବିଧାୟିକା ରାଗି ଯାଇଥିଲେ ଓ ପାଟିତୁଣ୍ଡ କରିଥିଲେ। ଏହା ପରେ କବାଟ ଖୋଲିଥିଲା ପୁଲିସ। ଏହାକୁ ନେଇ ଅତିରିକ୍ତ ଏସପିଙ୍କ ଉପରେ ପ୍ରଚଣ୍ଡ ବର୍ଷିଥିଲେ ବିଧାୟିକା ଆସନ୍ତା କାଲି ପଞ୍ଚମ ପର୍ଯ୍ୟାୟ ଭୋଟ ଥିବା ବେଳେ ପୁଲିସ ଓ ପ୍ରଶାସନ ବିଜେଡି ର ଦଲାଲ ସାଜି କାମ କରୁଥିବା ଅଭିଯୋଗ କରିଛନ୍ତି ବିଧାୟିକା । ସମର୍ଥକମାନଙ୍କୁ ନଛାଡିବା ଯାଏ ଥାନା ଛାଡିବେ ନାହିଁ ବୋଲି ବିଧାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe