୪୧୧ କୋଟିର ବୃହତ୍‌ ପାଇପ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଧର୍ମଗଡ଼ ବିଧାୟକ

Advertisment
୪୧୧ କୋଟିର ବୃହତ୍‌ ପାଇପ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଧର୍ମଗଡ଼ ବିଧାୟକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କଲମପୁର, ଜୟପାଟଣା ଓ ଜୁନାଗଡ଼ ବ୍ଳକ ଅଞ୍ଚଳରେ ମୋଟ ୪୧୧ କୋଟି ଟଙ୍କା ଅଟକଳରେ ବୃହିତ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବିଗତ ଦିନରେ ପାନୀୟ ଜଳ ଲାଗି ଅଞ୍ଚଳବାସୀ ଡ଼ହଳ ବିକଳ ହୋଉଥିଲେ। କିନ୍ତୁ ଏବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା ପରେ ପାନୀୟ ଜଳ ଯୋଗାଣ ସମସ୍ୟାର ଅନ୍ତ ହେବ। ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଘୋଷଣା କରିବା ପରେ ଧର୍ମଗଡ ବିଧାୟକ ମୌସୁଧୀ ବାଗ ଧର୍ମଗଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଏହି ପ୍ରକଳ୍ପ କଲମପୁର ବ୍ଳକର ୧୧ ଟି ଗ୍ରାମ ପଞ୍ଚାୟତର ୫୫ ଟି ଗ୍ରାମବାସୀ ୬୦ ହଜାର ଜନସାଧାରଣ, ଜୁନାଗଡ଼ ବ୍ଲକ ୩୨ଟି ଗ୍ରାମ ପଞ୍ଚାୟତ ୧୩୫ ଗ୍ରାମର ୧ ଲକ୍ଷ ୫୫ ହଜାର ଲୋକ ଓ ଜୟପାଟଣା ବ୍ଳକର ୨୨ ଟି ଗ୍ରାମ ପଞ୍ଚାୟତର ୯୨ ଟି ଗ୍ରାମର ୧ ଲକ୍ଷ ୩୦ ହଜାର ଲୋକଙ୍କ ସେଵାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଆସିବ ବୋଲି ବିଧାୟକ ଶ୍ରୀ ବାଗ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe