ବନ୍ଧୁକ ଛାଡି ବିଧାୟିକା ହେଲେ ଦାନସୁରି

ଲକ୍‌ଡ଼ାଉନରେ ବିଧାୟିକା ଜନସେବା କରି ଲୋକଙ୍କ ପ୍ରିୟ ବନିଛନ୍ତି

ବନ୍ଧୁକ ଛାଡି ବିଧାୟିକା ହେଲେ ଦାନସୁରି

Sambad

ମାଲକାନଗିରି: ଦିନେ ସେ ମାଓଗଡରେ ବନ୍ଧୁକ ଧରି ଶାସନ କରୁଥିଲେ। ତାଙ୍କ ନା ଶୁଣିଲେ ଲୋକଙ୍କ ଦେହରେ ସିହରଣ ଖେଳି ଯାଉଥିଲା। ଏକଦା ପୋଲିସର ନିଦ ହଯାଇ ଦେଉଥିବା ଏହି ମହିଳା ମାଓ କମାଣ୍ଡର ଯେ ଦିନେ ବିଧାୟିକା ହେବେ ଏବଂ  ଜନ ସେବାରେ ନିଜକୁ ଉତ୍ସର୍ଗିତ କରିବେ ତାହା କେବେ କେହି ଭାବି ପାରି ନଥିଲେ। ସେ ହେଉଛନ୍ତି ନକ୍ସଲରୁ ବିଧାୟିକା ବନିଥିବା ନସୁରି। କିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସିମାନ୍ତ ତେଲେଙ୍ଗାନାର ମୁଲକୁଲ ନିର୍ବାଚନ ମଣ୍ଡଳିରୁ। ଏହି ନିର୍ବାଚନ ମଣ୍ଡଳିରେ ଗତ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥିନି ଭାବରେ ନିର୍ବାଚିତ ହୋଇଥିଲେ ମହିଳା ବିଧାୟିକା ଦାନସୁରି ଅଂଶୁୟା ଓରଫ ସିତକା। ତେବେ ବିଧାୟକ ହେବା ପରେ ବିଗତ ଏବଂ ଚଳିତ ବର୍ଷ କରୋନା ମହାମାରି ସମୟରେ ଅପହଞ୍ଚ ଇଲାକାର ଲୋକଙ୍କ ନିକଟରେ ପହଁଚି ଜନ ସେବାରେ ନିଜକୁ ଉତ୍ସର୍ଗିତ କରିଛନ୍ତି। ଜଣେ ବିଧାୟିକା ହେବା ପରେ ନିଜର ବିଳାସ ପୁର୍ଣ୍ଣ ଜୀବନ  ବିତାଇବା ପାଇଁ ସେ ଯେତିକି ଗୁରୁତ୍ୱ ଦେଇ ନାହାଁନ୍ତି ସେ ତାହା ଠାରୁ  ଅଧିକ ଗୁରୁତ୍ୱ ଦେଇଛନ୍ତି ମାନବ ସେବାରେ। ୧୬ ବର୍ଷ ବୟସରେ ସେ ହାତରେ  ବନ୍ଧୁକ ଧରି ଶାସନ କରିବା ପାଇଁ ମାଓ ଦଳରେ ସାମିଲ୍ ହୋଇଥିଲେ।

publive-image Sambad

ଏହାପରେ ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ମାଓବାଦୀ ଦଳରେ ମାଓ କମାଣ୍ଡର ଭାବେ କାର୍ଯ୍ୟ କରିବା ପରେ ଲୋକଙ୍କ ପକୃତ ବିକାଶ ପାଇଁ ସେ ମନ ବଳାଇ ଆତ୍ମ ସର୍ମପଣ କରିଥିଲେ ଏବଂ ଲୋକଙ୍କ ସେବାରେ ନିଜକୁ ମସ୍‌ଗୁଲ୍ କରିଥିଲେ। ତାଙ୍କର ଏଭଳି ସେବା ମନଭାବ ଯୋଗୁଁ ସେ ବିଧାୟିକା ଭାବେ ବିଜୟ ହାସଲ କରିବା ପରେ ମଧ୍ୟ ନିଜର ଏହି ଜନ ସେବା ଜାରି ରଖିଛନ୍ତି। କରୋନା ଭଳି ମହାମାରି ସମୟରେ ଅନେକ ଘର ମଧ୍ୟରେ ରହି ଉପଦେଶ ଦେବାକୁ ଭଲ ପାଆନ୍ତି କିନ୍ତୁ ଏଭଳି ସମୟରେ ବିଧାୟିକା ଦାନ୍‌ସୁରି ନିଜ ଅଂଚଳର ଦୁର୍ଗମ ଓ ମାଓ ଉପଦୁବ ଅଂଚଳରେ ରହୁଥିବା ଲୋକଙ୍କ ନିକଟରେ କରୋନା ସଚେତନତାର ବାର୍ତା ପହଁଚାଇବା  ସହ  ଲୋକଙ୍କୁ ଖାଦ୍ୟ ବସ୍ତ୍ର ଯୋଗାଇବା ପାଇଁ  ପ୍ରୟାସ ଆରମ୍ଭ କରିଛନ୍ତି। ନିଜେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲର ଖାଲଖମା ଭରା  ମାଇଲ ମାଇଲ ରାସ୍ତାରେ ଚାଲି ଚାଲି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଆଗାମି ଦିନରେ ସେ ବିଧାୟିକା ନ ରହିଲେ ମଧ୍ୟ ଏଭଳି ଜନ ସେବା ଜାରି ରଖିବେ ବୋଲି  ପ୍ରକାଶ କରିଛନ୍ତି ଏବଂ  ଅନ୍ୟ ନେତା ମାନଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଉଦାହରଣ। ଖାସ ଏଥିପାଇଁ  ସମସ୍ତଙ୍କ ମୁଖରେ ଗୋଟିଏ କଥା ରହିଛି ନେତା ହେବତ ଦାନ୍‌ସୁରିଙ୍କ ଭଳି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe