ଚନ୍ଦକା ବିସ୍ଥାପିତଙ୍କୁ ନେଇ ଧାରଣାରେ ବସିଲେ ଜଟଣୀ ବିଧାୟକ

Advertisment
ଚନ୍ଦକା ବିସ୍ଥାପିତଙ୍କୁ ନେଇ ଧାରଣାରେ ବସିଲେ ଜଟଣୀ ବିଧାୟକ

Sambad

ଖୋର୍ଦ୍ଧା: ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଘୋଷିତ ହେବା ବେଳେ ଏହା ମଧ୍ୟରେ ବେହେଣ୍ଟା ସାହିରେ ଥିବା ଶତାଧିକ ପରିବାରକୁ ୧୯୯୪ରେ ବିସ୍ଥାପିତ କରାଯାଇ ଜଟଣୀ ନିକଟ ଦାରୁଠେଙ୍ଗ ପଞ୍ଚାୟତର କୃଷ୍ଣନଗର ଠାରେ ଥଇଥାନା କରାଯାଇଥିଲା। କିନ୍ତୁ ଦୀର୍ଘ ୨୮ ବର୍ଷ ପରେ ମଧ୍ୟ ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇନାହିଁ। ଏନେଇ ଶତାଧିକ ବିସ୍ଥାପିତଙ୍କ ସହ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜଟଣୀ ବିଧାୟକଙ୍କ ନେତୃତ୍ୱରେ ବିସ୍ଥାପିତ ମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାରଣ୍ଡାରେ ବସିଥିଲେ। ଦାରୁଠେଙ୍ଗ ସରପଞ୍ଚ ତପନ କୁମାରଙ୍କ କହିବା କଥା ହେଲା ବର୍ତ୍ତମାନ ବିସ୍ଥାପିତଙ୍କ ପରିବାର ସଂଖ୍ୟା ୫୦୦ରୁ ଉର୍ଦ୍ଧ୍ବ ହେଲାଣି। ଚନ୍ଦକାରୁ ବିସ୍ଥାପିତ ହୋଇ ଦାରୁଠେଙ୍ଗରେ ଥଇଥାନ କରାଯିବା ବେଳେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଘରବାରୀ ପଟ୍ଟା, ଚାଷଜମି ୨ ଏକର, ସ୍କୁଲ, ପାନୀୟ ଜଳ ଆଦି ଯୋଗାଇଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ମଧ୍ୟ ଭିଟାମାଟି ହରାଇଥିବା ଲୋକମାନେ ଏହି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।

ବିଧାୟକ ଶ୍ରୀ ରାଉତରାୟ କହିଛନ୍ତି ଯେ ସେ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ଏଯାଏଁ କୌଣସି ବିଧିବଦ୍ଧ ବ୍ୟବସ୍ଥା କରାଯାଇନାହିଁ। ସ୍କୁଲ ଆଦିର ବ୍ୟବସ୍ଥା ନଥିବାରୁ ବିସ୍ଥାପିତ ପରିବାରର ପିଲାମାନେ ପାଠ ପଢ଼ି ପାରୁନାହାଁନ୍ତି କି ସେମାନଙ୍କୁ ଜାତିଗତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଉନାହିଁ। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe