ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା କରି ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଏବଂ ଦୀପ ଦାନ

Advertisment
ସୌମ୍ୟରଂଜନଙ୍କ  ଆଶୁ ଆରୋଗ୍ୟ କାମନା କରି ପାଇଁ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ଏବଂ ଦୀପ ଦାନ

ଭୁବନେଶ୍ୱର: ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଏ ନେଇ ନିଜେ ଶ୍ରୀ ପଟ୍ଟନାୟକ ଟୁଇଟର୍‌ରେ ସୂଚନା ଦେଇଛନ୍ତି। ସୌମ୍ୟରଂଜନଙ୍କ  ଆଶୁ ଆରୋଗ୍ୟ କାମନା କରି ରାଜ୍ୟର ବିଭିନ୍ନ ଦେବପୀଠରେ ପୂଜାର୍ଚ୍ଚନା ଏବଂ ସମୂହ ଦୀପ ଦାନ କରାଯାଇଛି।

publive-image

ଏ ନେଇ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ସମ୍ବାଦ ସାହିତ୍ୟ ଘର ତରଫରୁ ସାହିତ୍ୟ ଘର ମୁରବୀ ଶ୍ରୀ ପଟ୍ଟନାୟକଙ୍କ ଶୀଘ୍ର ଆରୋଗ୍ୟ କାମନା ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଇଛି । ସଭାପତି ଡ. ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ଭର୍‌ଚୁଆଲ ସଭା କରାଯାଇ ଥିଲା । ଏଥିରେ ସମ୍ପାଦକ ସମରେନ୍ଦ୍ର ବଶା, ଉପଦେଷ୍ଟା ଅଜୟ ମିଶ୍ର, ଡ.ବୀଣାପାଣି ଦାଶ, ଅମିତାଭ ମିଶ୍ର, କୋଷାଧ୍ୟକ୍ଷ ଲିପିକା ବେହେରା ତଥା ଅନ୍ୟ ସଦସ୍ୟଙ୍କ ଦ୍ବାରା କରୋନାରେ ଆକ୍ରାନ୍ତ ସୌମ୍ୟରଂଜନଙ୍କ ଆଶୁ ଆରୋଗ୍ୟ କାମନା ପୂର୍ବକ ପ୍ରାର୍ଥନା କରାଯାଇଥିଲା। ଏହି ମହାମାରୀ ଉପରେ ସାହିତ୍ୟ ଘରର ମୁରବୀ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ସମସ୍ତେ ମିଳିତ ପ୍ରାର୍ଥନା କରିଥିଲେ ।

publive-image

ଜଗତସିଂହପୁରରେ  ସୌମ୍ୟରଂଜନଙ୍କ ଆରୋଗ୍ୟ କାମନା କରି ମା’ ଶାରଳାଙ୍କ ନିକଟରେ ସମୂହ ଦୀପ ଦାନ କରାଯାଇଛି। ସେହିପରି ତାଙ୍କ ଆରୋଗ୍ୟ କାମନା କରି ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ବିରଜା ମନ୍ଦିରରେ ସମୂହ ଦୀପ ଦାନ କରାଯାଇଛି।

publive-image

ଆଜି ଓ୍ଵାଲିଗଞ୍ଜ ସ୍ଥିତ ଶିରିଡ଼ ସାଇବାବାଙ୍କ ନିକଟରେ ବାରିପଦା ସମ୍ଵାଦ ସାହିତ୍ୟଘରର ସଭାପତି ମନୋଜ ଦଳବେହେରାଙ୍କ ନେତୃତ୍ଵରେ ସୁପ୍ରୀତି ଦଳବେହେରା, କାକୋଲି ସାହୁ, ଉତ୍ପଳା ବେହେରା, ଉଜ୍ଜ୍ଵଳା ଦଳବେହେରା, ନିହାରୀକା ନାୟକ, ସରିତା ବେହେରା, ସତ୍ୟକାମ ବେହେରା, ରିତିଜ୍ଞାନ ଜେନା, ଅନୁରାଗ ଦଳବେହେରା, ମୟଙ୍କ କୁମାର ଅନ୍ଵେଷା ଦଳବେହେରା ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ସମ୍ଵାଦ ପରିବାରର ମୁଖ୍ୟ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ କୋରନାରୁ କେମିତି ଶୀଘ୍ର ଆରୋଗ୍ୟ ହେବେ ସେ ନେଇ  ପ୍ରାର୍ଥନା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe