ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବଡ଼ସାହି ବିଧାୟକ

Advertisment
ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବଡ଼ସାହି ବିଧାୟକ

ବଡ଼ସାହି/ବୈଶିଙ୍ଗା: ଶିକ୍ଷକ ସାଜି ଶ୍ରେଣୀଗୃହରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ନିର୍ବାଚନମଣ୍ଡଳୀ ବିଧାୟକ ସନାତନ ବିଜୁଳି। ବିଧାୟକ ହାତପାଣ୍ଠିରୁ ବେତନଟୀ ବ୍ଲକ ସୋରିଷକୋଠା ଗ୍ରାମର ବୁଢ଼ାବଳଙ୍ଗ ଉଚ୍ଚ ବିଦ୍ୟାଳୟରରେ ଉଜ୍ବଳ ଆଲୋକ ପାଇଁ ଲାଇଟ ପୋଷ୍ଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଏହାର ଉଦଘାଟନ କରିବାକୁ ଆସିଥିଲେ ଶ୍ରୀ ବିଜୁଳି। କାର୍ଯ୍ୟକ୍ରମ ସାରିବା ପରେ ସେ ସ୍କୁଲର ପାଠପଢ଼ା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିବା ସହ ଶ୍ରେଣୀଗୃହକୁ ଯାଇ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଧାରଣ ଜ୍ଞାନ ପରଖିଥିଲେ।

publive-image Sambad

ପିଲାମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚାରି ସେମାନଙ୍କ ସହ ମିଶି ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ଭବିଷ୍ୟତରେ ସୁନାଗରିକ ହୋଇ ଦେଶ ଗଠନ ପାଇଁ ଅବଦାନ ରଖିବାକୁ ଆହ୍ବାନ ଦେଇ ସ୍କୁଲରୁ ଫେରିଥିଲେ। ବିଧାୟକଙ୍କ ଶିକ୍ଷାଦାନ ଖବର ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe