ସାମ୍ବାଦିକ, ଲେଖକ ଓ ପ୍ରବାସୀଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀଙ୍କୁ ସୁନୀତିଙ୍କ ଦାବିପତ୍ର

ସାମ୍ବାଦିକ, ଲେଖକ ଓ ପ୍ରବାସୀଙ୍କ ସମସ୍ୟା ନେଇ ଅର୍ଥମନ୍ତ୍ରୀଙ୍କୁ ସୁନୀତିଙ୍କ ଦାବିପତ୍ର

Sambad

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭାଜପା ନେତ୍ରୀ ସୁନୀତି ମୁଣ୍ଡ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହିତ ସାମ୍ବାଦିକ, ଲେଖକ ଏବଂ ପ୍ରବାସୀ ମାନଙ୍କର ସମସ୍ୟାବଳିକୁ କେନ୍ଦ୍ରକରି, ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ତିନୋଟି ବର୍ଗ ବୌଦ୍ଧିକ  ଓ ଭୌତିକସ୍ତରରେ ସମାଜକୁ ସମୃଦ୍ଧ କରୁଛନ୍ତି। ଦେଶ ପାଇଁ ମଧ୍ୟ ଆର୍ଥିକ କ୍ଷେତ୍ରରେ ସେମାନେ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରି ଆସୁଛନ୍ତି। କିନ୍ତୁ ସେମାନଙ୍କୁ ସରକାରୀ ସୁବିଧା, ସୁଯୋଗରୁ ବଞ୍ଚିତ ରଖାଯାଉଛି। ଏହି ସ୍ୱାଭିମାନୀ ବର୍ଗ ସେମାନଙ୍କର ମୌଳିକ ସମସ୍ୟା ନେଇ କେବେ କୌଣସି ସମୟରେ ଦାବି ବା ଆପତ୍ତି ଉଠାଇ ନାହାନ୍ତି କିମ୍ବା ଆନ୍ଦୋଳନ କରିନାହାନ୍ତି ବୋଲି ସୁନୀତି କହିଥିଲେ। ସମାଜ ଓ ଦେଶ ସେବାରେ ନିଜର ମୂଲ୍ୟବାନ ସମୟ ଦେଉଥିବା ସାମ୍ବାଦିକ ଏବଂ ସାହିତ୍ୟିକମାନେ କାର୍ଯ୍ୟରତ ଥିବା କାଳରେ ଏବଂ ପରିଣତ ବୟସରେ ଦୁଃଖ ଜୀବନ ନିର୍ବାହ କହୁଛନ୍ତି। ତେଣୁ ଏହି ବର୍ଗର ଲୋକଙ୍କ ପିଲାମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ନିଃଶୁଳ୍କରେ ଉପଲବଧ କରାଇବାକୁ, ସୁନୀତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଦାବି କରିଛନ୍ତି।

publive-image Sambad

ଏହାସହିତ ଏହି ବର୍ଗର ଲୋକ ମାନଙ୍କୁ ଆର୍ଥିକ ଅନୁଦାନ ଏବଂ ନିଜର ବାସ ନଥିବା  ବ୍ୟକ୍ତି ବିଶେଷଙ୍କୁ ସରକାରୀ ସହାୟତାରେ ବାସଗୃହ ଯୋଗାଇଦେବାକୁ ସେ କେନ୍ଦ୍ରମନ୍ତ୍ରୀ ଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନୁରୂପ ଭାବରେ ପ୍ରବାସୀ ମାନେ ନିଜ ଶ୍ରମ ବଳରେ କାମ କରୁଥିବା ସଂସ୍ଥା ଅଥବା ଉକ୍ତ ରାଜ୍ୟର ଆର୍ଥିକ ଏବଂ ଭିତ୍ତିଭୂମି ବିକାଶରେ ସହାୟକ ହେଉଥିବାବେଳେ, ସେମାନଙ୍କର ସମସ୍ୟା ପ୍ରତି କେହି କେବେ ଦୃଷ୍ଟି ଦେଉ ନାହାନ୍ତି। ସେମାନଙ୍କୁ କାମ କରୁଥିବା ରାଜ୍ୟରେ ମୌଳିକ ଅଧିକାର ଓ ମାନବିକ ସୁବିଧା ସୁଯୋଗ ପ୍ରଦାନ କରିବା ଏବଂ ସେମାନଙ୍କର ନାଗରିକ ଅଧିକାରକୁ ସୁରକ୍ଷିତ ରଖିବାକୁ ସେ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ପ୍ରବାସୀ ମାନଙ୍କର ନିଜ ରାଜ୍ୟକୁ ବାଦ୍‌ଦେଲେ ଅନ୍ୟତ୍ର କୌଣସି ସ୍ଥାୟୀ ଠିକଣା ଅଥବା କର୍ମକ୍ଷେତ୍ର ନଥିବା ହେତୁ, ଏହି ବର୍ଗ ନିଜର ଆଧାରକାର୍ଡ ଏବଂ ଭୋଟର ପ୍ରମାଣପତ୍ର ମଧ୍ୟ ଜନ୍ମସ୍ଥାନରୁ ହିଁ ବନାଇଥାନ୍ତି। ଏହି ଶ୍ରେଣୀର ଅଧିବାସୀ ମାନଙ୍କୁ ଆର୍ଥିକ ଓ ସ୍ୱାସ୍ଥ୍ୟଗତ ସହାୟତା ପ୍ରଦାନ କରାଗଲେ ସମାଜର ଏକ ବିଶାଳ ବଞ୍ଚିତ ବର୍ଗ ଉପକୃତ ହୋଇ ପାରନ୍ତେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିବା ସମୟରେ ସୁନୀତି ସୁଚାଇଛନ୍ତି। ଏହି ସମସ୍ତ ବିଷୟ ଉପରେ ବିଚାର କରିବେ ବୋଲି ଶ୍ରୀମତୀ ସୀତାରମଣ ସାକ୍ଷାତକାର ଅବସରରେ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe