କୋରାପୁଟରେ ମୋ ସେବା କ‌େନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Advertisment
କୋରାପୁଟରେ ମୋ ସେବା କ‌େନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପୌରପାଳିକା ପାର୍ଶ୍ବରେ ରହିଥିବା ମୋ ସେବା କ‌େନ୍ଦ୍ରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । କୋରାପୁଟ ସହର ମଧ୍ୟରେ ରହିଥିବା ଏହି କେନ୍ଦ୍ରକୁ ବିଧାୟକ ରଘୁରାମ ପଡାଲ ଓ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ଜଣାପଡ଼ିଛି ।

ଏହି ମୋ ସେବା କେନ୍ଦ୍ର ହେବା ଫଳରେ ସାଧାରଣ ଲୋକଙ୍କୁ ସେମାନଙ୍କ ହାତ ପାହାନ୍ତାରେ ୪୦୩ଟି ସରକାରୀ ସେବା ମିଳି ପାରିବ । ଲୋକଙ୍କୁ ବାରମ୍ବାର ସରକାରୀ ଦପ୍ତରକୁ ଦୌଡିବାକୁ ପଡ଼ିବ ନାହିଁ କି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ବିଦ୍ୟୁତ ବିଲ୍, ଫୋନ ବିଲ୍, ପାଣି ବିଲ୍ ଭରିବା ସହ ବିଭିନ୍ନ ଜରୁରୀ ସାର୍ଟିଫିକେଟ ଏହି ସେବା କେନ୍ଦ୍ରରେ ଲୋକମାନେ ଶୀଘ୍ର ପାଇପାରିବେ ।

ଉକ୍ତ କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ପଡାଲ, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କ୍ରିର୍ଷାନୀ, ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,ଡିଆରଡିଏ ପିଡି ପ୍ରବୀର କୁମାର ନାୟକ, ପୌରପାଳିକାର ନିର୍ବାହୀ ଅଧିକାରୀ ଆଲୋକ ସାମନ୍ତରାୟ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ସମଗ୍ର ଓଡିଶାବାସୀଙ୍କ ନିଜ ପରିବାର ବୋଲି କହିଥିଲେ । ସରକାରଙ୍କ ତରଫରୁ ଆରମ୍ଭ କରାଯାଇଥିବା ବିଭିନ୍ନ ଯୋଜନାରେ, ଓଡିଶା ମୋ ପରିବାର ପାଇଁ ମୋ ସେବା କେନ୍ଦ୍ର ଆଉ ଏକ ସଫଳତା ବୋଲି ସେ କହିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସେବା କେନ୍ଦ୍ର ଖୋଲା ଯାଇଥିବା ବେଳେ କୋରାପୁଟବାସୀଙ୍କୁ ଏହି ସୁବିଧା ମିଳିପାରିବ । ଆଗକୁ ଜିଲ୍ଲାର ସବୁ ପଂଚାୟତ ସହିତ ପୌରାଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe