ମୋବାଇଲ୍‌ ଫୋନ୍‌ ବ୍ୟାଟେରି ଫାଟି ଦୁଇ ଭାଇ ଗୁରୁତର

ମୋବାଇଲ୍‌ ଫୋନ୍‌ ବ୍ୟାଟେରି ଫାଟି ଦୁଇ ଭାଇ ଗୁରୁତର

Wereblog

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟ ବ୍ଲକ୍‌ ନାୟକାଣୀ ଗାଆଁରେ ମୋବାଇଲ୍‌ ଫୋନ୍‌ ବ୍ୟାଟେରି ଫାଟି ୨ଜଣ ନାବାଳକ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଦ୍ୱୟ ହେଲେ ବସନ୍ତ ସ୍ୱାଇଁଙ୍କ ବଡ଼ପୁଅ ରାଜେଶ ସ୍ୱାଇଁ (୧୩) ଏବଂ ସାନପୁଅ ଆକାଶ ସ୍ୱାଇଁ (୧୦)।

ସୂଚନାଯୋଗ୍ୟ, ଆଜି ସକାଳେ ଘରେ ୨ଭାଇ ଫୋନ୍‌ ବ୍ୟାଟେରି ସହିତ ଖେଳୁଥିବା ବେଳେ ହଠାତ ତାହା ଫାଟି ଯାଇଥିଲା। ଏଥିରେ ଦୁହିଁଙ୍କ ହାତ,ଗୋଡ ଓ ମୁହଁରେ ଗଭୀର ଆଘତ ଲାଗି ରକ୍ତ ବି ବାହାରିଥିଲା। ମୋବାଇଲ ବ୍ୟାଟେରୀ ବିସ୍ଫୋରଣ ପରେ ଦୁଇପୁଅଙ୍କ ଚିତ୍କାର ଶୁଣି ଘର ଲୋକ ଓ ପାଖପଡ଼ିଶା ଘଟଣାସ୍ଥଳକୁ ଧାଇଁ ଆସିଥିଲେ।

ଦୁଇପୁଅଙ୍କ ଏଭଳି ଅବସ୍ଥା ଦେଖି ପରିବାରଲୋକ ଓ ଗ୍ରାମବାସୀ ଦୁହିଁଙ୍କୁ ତୁରନ୍ତ ଗାଡ଼ି କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ଦୁହିଁଙ୍କ ଅବସ୍ଥା ଏବେ ସ୍ଥିର ରହିଛି।

publive-image

ଏଭଳି ମୋବାଇଲ ବ୍ୟାଟେରିରେ ଖେଳୁଥିବା ସମୟରେ ବିସ୍ଫୋରଣ ହେବା ଘଟଣା ଅନେକ ସମୟରେ ସାମ୍ନାକୁ ଆସିଛି। ତେଣୁ ଏଭଳି ମୋବାଇଲ ବ୍ୟାଟେରିରେ ଖେଳିବା ଠାରୁ ଘରେ ପିଲାଙ୍କୁ ଦୂରେଇ ରଖିବା ସହିତ ଏନେଇ ସଚେତନ କରିବା ବି ନିହାତି ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe