ଦୁଇ ମୋବାଇଲ ଲୁଟେରାଙ୍କୁ କାବୁ କଲା ପୁଲିସ

ଦୁଇ ମୋବାଇଲ ଲୁଟେରାଙ୍କୁ କାବୁ କଲା ପୁଲିସ

Sambad

ସେମିଳିଗୁଡା: ପ୍ରାତଃ ଭ୍ରମଣ କରିବା ବେଳେ ମୋବାଇଲରେ ଗପିବା ସୁଯୋଗ ନେଇ ପଛପଟୁ ବାଇକ ଯୋଗେ ଆସି ମୋବାଇଲ ଛଡେଇ ଚମ୍ପଟ ମାରୁଥିବା ଦୁଇ ମୋବାଇଲ ଫୋନ ଲୁଟେରାଙ୍କୁ ସେମିଳିଗୁଡା ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ମୋବାଇଲ ଫୋନ ଓ ବାଇକ ଜବତ ହୋଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ମାସ ୧୯ ତାରିଖ ଦିନ ସେମିଳିଗୁଡା କୈଳାଶ ନଗରରେ ରହୁଥିବା ବିଷ୍ଣୁପ୍ରିୟା ଖିଲ ସକାଳ ୭.୩୦ ସମୟରେ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିବା ସମୟରେ ମୋବାଇଲ ରେ କଥା ହଉଥିଲେ ଏହି ସମୟରେ ଦୁଇ ଯୁବକ ହଠାତ ମୋଟରସାଇକେଲରେ ଆସି ମୋବାଇଲ ଛଡାଇ ଫେରାର ହୋଇ ଯାଇଥିଲେ। ଫଳରେ ବିଷ୍ଣୁପ୍ରିୟା ସେମିଳିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ପୁଲିସ ସିସିଟିଭି ଫୁଟେଜ ଓ ସାଇବର ସେଲ ସହାୟତାରେ ଛାନଭିନ ଜାରି ରଖିଥିଲା। ତେବେ ଲୁଟ ମୋବାଇଲକୁ ଟ୍ରାକ କରିବା ପରେ ତାହା ସେମିଳିଗୁଡା ବ୍ଲକ କାଙ୍ଗରା ଅଞ୍ଚଳରେ ଥିବା ସୂଚନା ମିଳିବା ପରେ ପୁଲିସ ଚଢ଼ଉ କରି ଡମ୍ବରୁ ପଣସପୁଟିଆ ଓ କରଣ ନନ୍ଦିବାଲିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଲୁଟ ମୋବାଇଲ ଓ ଲୁଟରେ ବ୍ୟବହୃତ ହିରୋହୋଣ୍ଡା ସ୍ପେଲଣ୍ଡର ବାଇକ ଜବତ କରି ସେମିଳିଗୁଡା ଥାନା କେସ ନଂ ୩୬/୨୩ ରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe