Sambad
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ଠାରେ ବାସ କରୁଥିବା ଜଣେ ଗରିବ ପରିବାର ମେଧାବୀ ଛାତ୍ରୀଙ୍କୁ ବିଜେପି ତରଫରୁ ଆଜି ଏକ ମୋବାଇଲ ପ୍ରଦାନ କରାଯାଇଛି। ଗତ ନିର୍ବାଚନ ବେଳକୁ ରାଜ୍ୟ ବିଜେପି ସଭାପତି ବାଲିମେଳା ଗସ୍ତରେ ଆସିଥିବା ବେଳେ ଏହି ମେଧାବୀ ଛାତ୍ରୀ ରଜନୀ ବାଗଙ୍କ ସହ କଥାବାର୍ତ୍ତା ହୋଇଥିଲେ। ରଜନୀ ଯୁକ୍ତ ୩ ବିଜ୍ଞାନର ଦ୍ବିତୀୟ ବର୍ଷରେ ପାଠ ପଢୁଥିବା ବେଳେ ପାଠ ପଢିବା ପାଇଁ ମୋବାଇଲ ଅତି ଜରୁରୀ ହୋଇପଡିଥିବାରୁ ତାଙ୍କ ପାଖରେ ମୋବାଇଲ ନଥିବାରୁ ଝିଅଟି ବହୁ ହଇରାଣ ହେଉଥିବା କହିଥିଲା।ତେବେ ସମୀର ମହାନ୍ତି ତାଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନକି ବାତ କାର୍ଯ୍ୟକ୍ରମରେ ଶିକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ମନକି ବାତ ଶୁଣିବା ସହ ନିଜର ପାଠ୍ୟକ୍ରମରେ ମୋବାଇଲକୁ ବ୍ୟବହାର କରି ରଜନୀ ଯେପରି ଆଗକୁ ବଢିବେ ସେହି ଚିନ୍ତା କରି ଆଜି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଡା ନିଜର କର୍ମୀମାନଙ୍କୁ ନେଇ ରଜନୀକୁ ଏକ ମୋବାଇଲ ପ୍ରଦାନ କରିଥିଲେ। ରଜନୀ ବିଜେପିର ଏହି ସହଯୋଗ ପାଇ ଖୁସି ଜାହିର କରିବା ସହ ସେ ଏଥର ଭଲ ପାଠ ପଢିବ ବୋଲି କହିଥିଲା।
Follow Us