Odisha Bytes
ଯାଜପୁର: କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ନିକଟରୁ ଆଜି ଦୁଇଜଣ ଲୁଟେରା କୋରେଇ ବ୍ଲକ୍ର ପ୍ରାକ୍ତନ ଅଧ୍ୟକ୍ଷ ଧରଣୀଧର ଘଡ଼ାଇଙ୍କ ମୋବାଇଲ୍ ଫୋନ୍ ଝାମ୍ପି ନେଇଛନ୍ତି। ଆଜି ଅପରାହ୍ଣରେ ଶ୍ରୀ ଘଡ଼ାଇ ଯାଜପୁରରୋଡ ଯାଉଥିବା ବେଳେ ଏକ କଳା ପଲସର୍ ବାଇକ୍ରେ ଦୁଇଜଣ ଯୁବକ ଆସି ବେଣାପୁର ଛକ ନିକଟରେ ତାଙ୍କ ମୋବାଇଲ୍ ଫୋନ୍ଟି ଝାମ୍ପି ନେଇଥିଲେ।
ଲୁଟେରାମାନେ ଫୋନ୍ ଝାମ୍ପିନେବା ପରେ ଦ୍ରୁତଗତିରେ ବାଇପାସ୍ ରୋଡ୍ରେ ଯାଜପୁରରୋଡ ଥାନା ଟ୍ରାଫିକ୍ ଛକ ଆଡ଼କୁ ପଳାଇ ଯାଇଥିଲେ। ଏନେଇ ଶ୍ରୀ ଘଡ଼ାଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଲୁଟେରାଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିନାହିଁ।
Follow Us