ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ, ଆଜି ପୁଣି ଶ୍ରୀମନ୍ଦିର ଭିତରୁ ୪ଟି ମୋବାଇଲ ଜବତ

Advertisment
ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ, ଆଜି ପୁଣି ଶ୍ରୀମନ୍ଦିର ଭିତରୁ ୪ଟି ମୋବାଇଲ ଜବତ

ପୁରୀ: ଶ୍ରୀମନ୍ଦିର ପରିସରରେ ବାରମ୍ବାର ସେଲଫି ଉଠାଇବା ଘଟଣା ପରେ ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନ ନେବାକୁ କଡା ନିୟମ କରାଯାଇଛି ବୋଲି ସୂଚନା ମିଳିଥିଲା। ଏଥିପାଇଁ ପ୍ରତି ଦ୍ୱାରରେ ବି ନୋଟିସ୍‌ ଲଗା ଯାଇଥିଲା। କେବଳ ଏତିକି ନୁହେଁ, ଶ୍ରୀମନ୍ଦିର ଭିତରକୁ ଯାଉଥିବା ପ୍ରତିଟି ଭକ୍ତଙ୍କ ଉପରେ  ନଜର ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ଵାର୍ଡ ଗଠନ କରାଯାଇଥିଲା। ତେବେ ବୁଧବାର ଶ୍ରୀମନ୍ଦିର ଭିତରୁ ୪ଟି ମୋବାଇଲ ଫୋନ୍‌ ଜବତ ହେବା ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସୁରକ୍ଷା ଓ ମନ୍ଦିର ଭିତରକୁ ଯିବା ପାଇଁ ଥିବା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

publive-image

ବୁଧବାର ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଗଠିତ ହୋଇଥିବା ଏକ ସ୍ୱତନ୍ତ୍ର ସ୍କ୍ଵାଡ ୪ଟି ମୋବାଇଲ ଜବତ କରିଛି। ତେବେ ଏହି ୪ଟି ଫୋନ୍‌ ଦୁଇଜଣ ମହିଳା ଓ ଦୁଇଜଣ ପୁରୁଷଙ୍କ ଠାରୁ ଜବତ ହୋଇଛି। ସମସ୍ତଙ୍କଠାରୁ ଫୋନ୍‌ ଜବତ କରିବା ପରେ ତିନିଜଣଙ୍କୁ ଛାଡ଼ି ଦିଆଯାଇଛି। କେବଳ ଜଣେ ଗେରୁଆ ପିନ୍ଧିତିବା ମହିଳାଙ୍କୁ ଅଟକ ରଖାଯାଇଛି। ଏମାନଙ୍କ ପରିଚୟ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe