ଦୋକାନ କବାଟ ତାଲାଭାଙ୍ଗି ନେଇଗଲେ ୪ ଲକ୍ଷ ଟଙ୍କାର ମୋବାଇଲ ଫୋନ

Advertisment
ମହିଳାଙ୍କ ସ୍କୁଟିରୁ ଲୁଟିଲା ନିଶାଡ଼ି, ନାଟକୀୟ ଢଙ୍ଗରେ ଛୁ’ ମାରିଲା

The Kathmandu Post

ବାଲିଅନ୍ତା: କିଛି ଦିନର ନିରବତା ପରେ ବାଳକାଟି ଫାଣ୍ଡି ଅଞ୍ଚଳରେ ଲୁଟେରା ପୁଣି ସକ୍ରିୟ ହୋଇ ଉଠିଛନ୍ତି। ଲକଡାଉନର ସୁଯୋଗରେ ବାଳକାଟି ଭାର୍ଗବୀ ବ୍ରିଜ ନିକଟରେ ଥିବା  ଜେଏମ କମ୍ୟୁନିକେସନ ନାମକ ଏକ ମୋବାଇଲ ଫୋନ ଦୋକାନରୁ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ମୋବାଇଲ ଫୋନ ସେଟ ଲୁଟି  ନେଇଛନ୍ତି।

ଦୁର୍ବୃତ୍ତମାନେ ଦୋକାନ କବାଟ ତାଲା ଭାଙ୍ଗି ବିଭିନ୍ନ ନାମୀଦାମୀ କମ୍ପାନୀ ବ୍ରାଣ୍ଡର ପାଖାପାଖି ୪ ଲକ୍ଷ ଟଙ୍କାର ନୂଆ ମୋବାଇଲ ଫୋନ ଲୁଟି ନେଇଥିବା ଏତଲାରେ ଦର୍ଶାଯାଇଛି। ଏସଂପର୍କରେ ଦୋକାନ ମାଲିକ ମୋହନ ଆଚାର୍ଯ୍ୟ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଗ୍ରହଣ କରି ବାଳକାଟି ଫାଣ୍ଡି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ୧୮ ଘରିଆ ସାହିର ମୋହନଙ୍କର ଭାର୍ଗବୀ ବ୍ରିଜ ନିକଟରେ ଥିବା ଦୋକାନରେ ନୂଆ ମୋବାଇଲ ଫୋନ ବିକ୍ରି କରିବା ସହ ପୁରୁଣା ମୋବାଇଲ ଫୋନ ମରାମତି କରନ୍ତି।

ଗତକାଲି ଦିନ ୧ଟା ସମୟରେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ। ହେଲେ ଦୁର୍ବୃତ୍ତମାନେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୋକାନ ତାଲାଭାଙ୍ଗି ସବୁ ନୂଆ ଓ ପୁରୁଣା ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ଲୁଟି ନେଇଥିଲେ। ଏହା ସହ କ୍ୟାସଡ୍ର ତାଲାଭାଙ୍ଗି ସବୁ ଖୁଚୁରା ଟଙ୍କା ମଧ୍ୟ ନେଇଯାଇଥିଲେ। ଆଜି ସକାଳେ ମୋହନ ଦୋକାନ ଖୋଲିବାକୁ ଆସିବା ବେଳେ ଦୋକାନରୁ ଲୁଟ ହୋଇଯାଇଥିବା ଦେଖି ପୁଲିସକୁ ଫୋନ କରି ଜଣାଇଥିଲେ।

ଖବର ପାଇ ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲି ଖାନ ନିକଟରେ ଲାଗିଥିବା ପବିତ୍ର ମୋହନ ବେହେରାଙ୍କର ମାଛ ଗୋଦମ ସିସି କ୍ୟାମେରା ଫୁଟେଜ ଯାଞ୍ଚ କରି ଦୁଇଜଣ ଲୁଟେରା ଲୁଟପାଟ କରୁଥିବା ବେଳର ଦୃଶ୍ୟ ଦେଖିବାକୁ ପାଇଥିଲେ। ସିସି କ୍ୟାମେରା ଫୁଟେଜର ତଥ୍ୟ ଅନୁସାରେ ରାତି ୧୧ଟା ସମୟରେ ଦୁଇଜଣ ଯୁବକ ହାତରେ ଶାବଳ ଓ ମାରଣାସ୍ତ୍ର ଧରି ପ୍ରଥମେ ଦୋକାନ ପଛପାର୍ଶ୍ବ କାନ୍ଥ ତାଡ଼ିବାକୁ ଉଦ୍ୟମ କରିଥିଲେ। ପରେ ସମ୍ମୁଖ ପାର୍ଶ୍ବ କବାଟ ତାଲା ଭାଙ୍ଗି ସାମଗ୍ରୀ ଲୁଟି ନେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ରାତି ୧୧ଟା ସମୟରେ ବଜାର ରାସ୍ତାରେ ଏହି ଲୁଟ ଘଟଣା ଘଟିଥିଲେ ହେଁ ରାତ୍ରି ପାଟ୍ରୋଲିଂ ଦାୟିତ୍ବରେ ଥିବା ପୁଲିସ ପାଟ୍ରୋଲିଂ ଗାଡ଼ି ଜାଣିପାରିଲା ନାହିଁ କେମିତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବଜାରେ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ଦିଗରେ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe