ବାତ୍ୟା ଆଶ୍ରୟସ୍ଥଳୀରେ ‘ମକ୍ ଡ୍ରିଲ୍’

ବାତ୍ୟା ଆଶ୍ରୟସ୍ଥଳୀରେ ‘ମକ୍ ଡ୍ରିଲ୍’

ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଦିଗସିରା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ସୋମବାର ‘ମକ୍ ଡ୍ରିଲ୍’ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତ୍ରିପୁରା ମହାନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଉପଜିଲ୍ଳାପାଳ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଯୋଗଦେଇ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପରାମର୍ଶ ଦେଇଥିଲେ।

ଏଥିରେ ଥାନାଧିକାରୀ ସତ୍ୟନାରାୟଣ ପଧାନ, ମେଡିକାଲ ଅଫିସର ଟିକେଶ୍ବର ଗଡ଼ତିଆ, ଅଗ୍ନିଶମ ଅଧିକାରୀ ରଶ୍ମିରଞ୍ଜନ ବାରିକ, ଜିପିଓ ନବକିଶୋର ମିଶ୍ର, ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ରଞ୍ଜନ ପଟେଲ, ଅତିରିକ୍ତ ତହସିଲଦାର ସତ୍ୟଭାମା କହଁର, ସିଡିପିଓ ଜୟନ୍ତୀ ଗଡ଼ତିଆ, ପୂର୍ବ ୱାର୍ଡସଭ୍ୟ ଦିନବନ୍ଧୁ ସୁନା, ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଣା, ରାଧେଶ୍ୟାମ ରଣା, ସତ୍ୟନାରାୟଣ ମେହେର, ମହେଶ୍ବର ସୁନା, ପୂର୍ବ ସରପଞ୍ଚ ଲବ ମେହେର, ପ୍ରଦୀପ ମହାନନ୍ଦ ଓ ସ୍ଥାନୀୟ ସରପଞ୍ଚ କୌଶଲ୍ୟା ମେହେରଙ୍କ ସହ ମିଶନ ଶକ୍ତି ମହିଳା, ଅଙ୍ଗନଵାଡ଼ି କର୍ମୀ, ଆଶା, ବନ୍ୟା ଆଶ୍ରୟସ୍ଥଳୀ କମିଟି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଅଗ୍ନିଶମ କର୍ମଚାରୀମାନେ ମକ୍ ଡ୍ରିଲ୍ ଦେଖାଇଥିଲେ। ପିଇଓ ଦୁର୍ଲଭ ପଧାନ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe