ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇଲା ଅଗ୍ନିଶମ ବିଭାଗ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇଲା ଅଗ୍ନିଶମ ବିଭାଗ

Sambad

ଖୋର୍ଦ୍ଧା: ଆଜି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍ଡିଏମ୍ଏ) ପକ୍ଷରୁ ସମଗ୍ର ରାଜ୍ୟରେ ବିପର୍ଯ୍ୟୟ ମୁକାବିଲା କରିବା ଓ ଏହାର ପ୍ରଭାବକୁ ହ୍ରାସ କରାଇବା ନେଇ ଲୋକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ମୁକାବିଲା ମକ୍ଡ୍ରିଲ୍ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲା ଆପଦକାଳୀନ ଅଧିକାରୀଙ୍କ ନେତୃତ୍ୱରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅଗ୍ନିଶମ ବିଭାଗର ଅଧିକାରୀ ସନାତନ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ।

publive-image Sambad

ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ପ୍ରକାର ଯନ୍ତ୍ରପାତିର ବ୍ୟବହାର ଦ୍ୱାରା କିଭଳି ଜୀବନ ରକ୍ଷା କରିହେବ ସେନେଇ ଉପସ୍ଥିତ ଲୋକଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏନେଇ ଆପଦକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଖୋର୍ଦ୍ଧାର ୮ଟି ବ୍ଲକରେ ଥିବା ୫୧ଟି ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀରେ ମଧ୍ୟ ଅନୁରୂପ ମକଡ଼୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଗ୍ରାମବାସୀ, ବେସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଅଗ୍ନିଶମ ବିଭାଗ କର୍ମଚାରୀ, ଆଶ୍ରୟସ୍ଥଳୀର କାର୍ଯ୍ୟନିର୍ବାହୀ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe