ମାଥିଲି ଥାନାରେ ମାଓ ପୋଷ୍ଟର: ଗାଁରେ ପଶି ମହିଳାଙ୍କୁ ଅତ୍ୟାଚାର କରୁଛନ୍ତି ଯବାନ

Advertisment
ମାଥିଲି ଥାନାରେ ମାଓ ପୋଷ୍ଟର: ଗାଁରେ ପଶି ମହିଳାଙ୍କୁ ଅତ୍ୟାଚାର କରୁଛନ୍ତି ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତେମୁରୁପାଲି ଗ୍ରାମରେ ମାଓବାଦୀମାନେ ବୁଧବାର ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟରେ ଉଲ୍ଲେଖ ଅଛି କି, ଏରିୟା ଡୋମିନେସନ୍‌ ନାମରେ ନିର୍ଦ୍ଦୋଶ ଗ୍ରାମୀଣ ଏବଂ ଆମର ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଲଢ଼େଇ ନାମରେ ହତ୍ୟା କରାଯାଉଛି।

publive-image

ଦ୍ୱିତୀୟରେ, ଗତ ୨୫ ତାରିଖରେ ମାଲକାନଗିରି ଜିଲ୍ଲା ପୁଲିସ ଜନ୍ଦ୍ରାଗୁଡ଼ା ଗ୍ରାମର ସମା କାବାସିଙ୍କୁ ହତ୍ୟା କରି ନକ୍ସଲ ପୋଷାକ ପିନ୍ଧାଇ ଆତ୍ମହତ୍ୟାର ନାମ ଦେଇଥିଲା। ଏହାକୁ ଗଣମାଧ୍ୟମରେ ମିଥ୍ୟା ପ୍ରଚାର କରାଯାଇଥିଲା। ସେହିପରି ଅପରେସନ୍‌ ଗ୍ରୀନହଣ୍ଟ ନାମରେ ନୀରିହ ଆଦିବାସୀମାନଙ୍କୁ ହତ୍ୟା କରାଯାଉଛି। ବିଏସ୍‌ଏଫ୍‌ର ଗୋପନୀୟ ସେନା ଭାବେ କାର୍ଯ୍ୟ କରୁଥିବା ଇରମା କାବାସି, ରାୟଧର ଜୁଗୁଆ ଓ ଅନନ୍ତ କାବାସିଙ୍କୁ ଦଣ୍ଡ ମିଳିବ।

publive-image

ଯବାନମାନେ ଗ୍ରାମରେ ପଶି ମହିଳାମାନଙ୍କ ଉପରେ ଅତ୍ୟାଚର କରୁଛନ୍ତି। ପୁଣି ନୀରିହ ଗ୍ରାମବାସୀଙ୍କୁ ଧମକ ଦେଇ ଜବରଦସ୍ତ ଆତ୍ମସମର୍ପଣ କରାଉଛନ୍ତି। ଏହିସବୁ ବନ୍ଦ କରାଯାଉ ବୋଲି ବେସ୍‌ କାଙ୍ଗେର ଘାଟି ଏରିୟା ଆଜି ଦାବି କରିଛି।

ତେବେ ମାଓବାଦୀମାନେ ପୋଷ୍ଟର ମାରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe