ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କଲା ଛତିଶଗଡ଼ର ଦୁର୍ଦ୍ଦାନ୍ତ ମାଓବାଦୀ

Advertisment
ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ କଲା ଛତିଶଗଡ଼ର ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି: ମାଲକାନଗିରି ପୁଲିସ ନିକଟରେ ମଙ୍ଗଳବାର ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀ କମଲୁ ବେଟି ଓରଫ କମିଲୁର ଘର ଛତିଶଗଡ଼ର ବିଜାପୁର ଜିଲ୍ଲାର କାମକା ଗ୍ରାମରେ ବୋଲି ସୂଚନା ମିଳିଛି। ସେ ଛତିଶଗଡ଼ର ନକ୍ସଲ ସଂଗଠନର କାଙ୍ଗେରଘାଟି ଡିଭିଜନ୍ ଏରିଆ କମିଟିର ସେକ୍ରେଟାରି ଥିଲା । ତେବେ ସଂଗଠନର ବରିଷ୍ଠ କ୍ୟାଡର ମାଓବାଦୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ସଂଗଠନ ଛାଡ଼ିବା ଲାଗି ନିଷ୍ପତ୍ତି ନେଇଥିବା ପ୍ରକାଶ। ସଂଗଠନରେ ତା’ଉପରେ ହେଉଥିବା  ନିର୍ଯାତନା ସହି ନପାରି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ସ୍ଥିର କରିଥିଲା। ଆଜି ସେ ଡିଆଇଜି ସଫିନ୍ ଅହମ୍ମଦ ଓ ଏସପି ଋଷିକେଶ ଖିଲାରିଙ୍କ ଉପସ୍ଥିତିରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ସୂଚନା ଅନୁସାରେ୨୦୦୭ରେ କମିଳୁ ବେଟି ସିପିଆଇ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀ କମିଳୁ ବେଟି ନାମରେ ଅନେକ ଅପରାଧୀକ ମାମଲା ରହିଛି। ସେ ୨୦୧୮ରେ  ବିଜୟ ମୁଚାକି ଓ ଧୁରୁଆ ମୁଚାକି ଓ ଲକ୍ଷ୍ମଣଙ୍କୁ ହତ୍ୟାକାଣ୍ଡରେ ସାମିଲ ଥିଲା ବୋଲି ଅଭିଯୋଗ ରହିଛି । ସେହିପରି ମାଥଲି ପୁଲିସ ଷ୍ଟେସନ୍‌ ଅଧିନରେ ଥିବା ଖାଟୁଆପଦର ଗ୍ରାମର ପରଦେଶୀ ଧୁରୁଆଙ୍କ ହତ୍ୟା ଅଭିଯୋଗ ତା‘ନାମ‌ରେ ରହିଛି । କେବଳ ଏତିକି ନୁହେଁ, ମାଥଲି ପୁଲିସ ଷ୍ଟେସନ୍‌ ଅଧିନସ୍ଥ ସୋଦିଗୁଡା ଗ୍ରାମରେ ଓ  ଦାଲଦାଲିରେ ହୋଇଥିବା ଗୁଳିବିନିମୟ ଘଟଣାରେ  ମଧ୍ୟ କମିଳୁ ବେଟି ସଂପୃକ୍ତ ଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe