ଭୁବନେଶ୍ୱରରେ ମୋବାଇଲ ଏଟିଏମ ସେବା, ନବରଙ୍ଗପୁରରେ କରୋନା ପାଇଁ ମୋକିଆ ଏସବିଆଇ ଶାଖା ବନ୍ଦ

Advertisment

୧୫ରେ ଖୋଲିବା ନେଇ ନୋଟିସ

୧୫ରେ ଖୋଲିବା ନେଇ ନୋଟିସ

ଭୁବନେଶ୍ୱରରେ ମୋବାଇଲ ଏଟିଏମ ସେବା, ନବରଙ୍ଗପୁରରେ କରୋନା ପାଇଁ ମୋକିଆ ଏସବିଆଇ ଶାଖା ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନିଷିଦ୍ଧାଞ୍ଚଳରେ ମୋବାଇଲ ଏଟିଏମ ସେବା ଜାରି ରହିଛି । ବର୍ତ୍ତମାନ ଏହା ସୂର୍ଯ୍ୟନଗର ଅଞ୍ଚଳରେ ଆକ୍ସିସ ବ୍ୟାଙ୍କର ଏହି ମୋବାଇଲ ଏଟିଏମ୍ ଭ୍ୟାନ ବୁଲୁଛି । ଆସନ୍ତାକାଲି ଠାରୁ ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ଅନ୍ୟ ଅଞ୍ଚଳରେ ଏହି ସେବା ଦିଆଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ନବରଙ୍ଗପୁରରେ କରୋନା ନେଇ ବ୍ୟାଙ୍କ ବନ୍ଦ। ଆସନ୍ତା ୧୫ ତାରିଖରେ ପୁଣି ଖୋଲିବ। ଏପରି ନୋଟିସ ମରାଯାଇଛି ବ୍ୟାଙ୍କ ଫାଟକରେ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ଫାଟକରେ ଏକ ନୋଟିସ ମରାଯାଇ ଆଜି ଠାରୁ ବ୍ୟାଙ୍କ କୁ ବନ୍ଦ ରଖାଯାଇଛି। ଉକ୍ତ ନୋଟିସ୍ ରେ ଉଲ୍ଲେଖ କରାଯାଇଛି ଯେ କରୋନା ମୁକାବିଲା କରିବା ପାଇଁ ଗତ ୩୧ ତାରିଖ ଠାରୁ ସମସ୍ତ କର୍ମଚାରୀଙ୍କୁ ଘରୋଇ ସଙ୍ଗରୋଧ ହୋଇ ରହିବା ପାଇଁ କୁହାଯାଇଛି। ଆସନ୍ତା ୧୪ ତାରିଖ ପର୍ଯନ୍ତ ସମସ୍ତ କର୍ମଚାରୀ ମାନେ ନିଜ ନିଜ ଘରେ ସଙ୍ଗରୋଧ ହୋଇ ରହିବେ।

publive-image

୧୪ ଦିନ ସଙ୍ଗରୋଧ ହୋଇ ରହିବା ପରେ ଆସନ୍ତା ୧୫ ତାରିଖ ରେ ବ୍ୟାଙ୍କ ଖୋଲାଯିବ ବୋଲି ଉଲ୍ଲେଖ କରାଯାଇଛି। ଉକ୍ତ ନୋଟିସରେ ଉଚ୍ଚ କତ୍ତୃପକ୍ଷଙ୍କ ନିର୍ଦ୍ଧେଶ ଅନୁଯାୟୀ ସମସ୍ତ କର୍ମଚାରୀ ମାନେ ଘରୋଇ ସଙ୍ଗରୋଧ ହୋଇ ରହିବା କଥା ଉଲ୍ଲେଖ କରାଯାଇଛି। ତେବେ ଗତ କାଲି ପାପଡାହାଣ୍ଡି ବିଡିଓ ରଂଜିତା ମଲ୍ଲିକ ବ୍ୟାଙ୍କ କୁ ଯାଇ ଶାଖା ପରିଚାଳକଙ୍କ ସହ କଥା ହୋଇ ଆସିଥିଲେ। ତେବେ ଆଜି ଠାରୁ ବ୍ୟାଙ୍କ କୁ ବନ୍ଦ ରଖାଯାଇଛି। ତେବେ କରୋନାକୁ ନେଇ ବ୍ୟାଙ୍କ ବନ୍ଦ ହେବା ନୋଟିସ ମରାଯିବା ପରେ ମୋକିଆ ଗ୍ରାମରେ ସାଧାରଣ ଜନତାଙ୍କ ମହଲରେ ଏକ ଭୟ ସୃଷ୍ଟି ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe