ମୋକିମଙ୍କ ପିଟିସନ ଖାରଜ କରି ୫୦୦୦ ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଧାମନଗର ଉପ-ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରଚାର ତାଲିକା, ବାଦ୍ ପଡ଼ିଲେ ମୋକିମ୍

କଟକ: ହାଇକୋର୍ଟରେ ବାରବାଟୀ କଟକ ବିଧାନସଭା ନିର୍ବାଚନ ମାମଲା । ଏହାର ଶୁଣାଣି କରି ବିଧାୟକ ମହମ୍ମଦ ମୋକିମଙ୍କ ପିଟିସନ ଖାରଜ କରିଛନ୍ତି ଅଦାଲତ । ଏହାସହ ବିଧାୟକ ମହମ୍ମଦ ମୋକିମଙ୍କୁ ୫ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ଲାଗି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପରାଜିତ ପ୍ରାର୍ଥୀ ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଏହି ମାମଲାରେ ବିଧାୟକ ମହମ୍ମଦ ମୋକିମ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ଓ ସଠିକ ନୋମିନେସନ ଫର୍ମରେ ପ୍ରାର୍ଥୀପତ୍ର ଦାଖଲ ହୋଇ ନଥିବା ଅଭିଯୋଗ ହୋଇଥିଲା ।

ଏହା ସହ ମହମ୍ମଦ ମୋକିମ ତାଙ୍କର ଅପରାଧିକ ମାମଲାର ତଥ୍ୟ ଦାଖଲ କରି ନ ଥିବା ମାମଲାରେ ଦର୍ଶାଯାଇଥିଲା । ଦେବାଶିଷ ସାମନ୍ତରାୟଙ୍କ ନିର୍ବାଚନ ମାମଲାକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ବିନା ଶୁଣାଣିରେ ଖାରଜ କରିବାକୁ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ ବିଧାୟକ ମୋକିମ୍ । ମହମ୍ମଦ ମୋକିମଙ୍କ ଏହି ପିଟିସନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏବେ ଦେବାଶିଷ ସାମନ୍ତରାୟଙ୍କ ଦ୍ଵାରା ଆଗତ ନିର୍ବାଚନ ମାମଲାର  ଶୁଣାଣି ଜାରି ରହିବ । ବିଧାୟକ ମହମ୍ମଦ ମୋକିମ ୫ ହଜାର ଟଙ୍କାର ଅର୍ଥରାଶି ପ୍ରତିପକ୍ଷଙ୍କୁ ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe