ବସ ଟର୍ମିନାଲର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେନି ମହମ୍ମଦ ମୋକିମ

Advertisment
ବସ ଟର୍ମିନାଲର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେନି ମହମ୍ମଦ ମୋକିମ

କଟକ: ନେତାଜୀ ବସ ଟର୍ମିନାଲର ଉଦ୍‌ଘାଟନ ଉତ୍ସବରେ ଯୋଗଦେବେନି ମହମ୍ମଦ ମୋକିମ। କଟକିଆଙ୍କ ପ୍ରତି ସରକାରଙ୍କ ଅଣଦେଖା ଭାବ ଅଭିଯୋଗ ଆଣି ଏହି ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବନି ବିଧାୟକ ମୋକିମ। ତେବେ ସିଡିଏ ପକ୍ଷରୁ ନିମନ୍ତ୍ରଣ ଆସିଥିବା ସତ୍ତ୍ବେ ଟର୍ମିନାଲ ଲୋକାର୍ପଣ କାର୍ଯ୍ୟକ୍ରମରେ ଯିବେନି ବୋଲି ସେ ନିଷ୍ପତ୍ତି ନେଇଛନ୍ତି।

ତେବେ ସ୍ଥାନୀୟ ଯୁବକଯୁବତୀଙ୍କୁ ଅଣଦେଖା, ନିଜ ଠିକାଦର ଥାଉ ଥାଉ ତାମିଲ ଠିକାଦାରଙ୍କୁ କାମ ଦେବା ପ୍ରସଂଗ ନେଇ ସେ ରାଜ୍ୟ ସରକାରଙ୍କୁ ନିନ୍ଦା କରିଛନ୍ତି। ଏହାସହ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ସବୁ ପ୍ରକଳ୍ପ ଅଧା ପନ୍ତୁରିଆ ହୋଇ ରହିଥିବା ବେଳେ କହିଁକି ରାଜ୍ୟ ସରକାର ଏତେ ତରବରିଆ ଭାବରେ ଏହି ତମାମ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ତେଣୁ ସେ ଏହି ଉଦ୍‌ଘାଟନରେ ଯୋଗ ଦେବିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମୋକିମ।

ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତ କରି ଏହି ବସ ଟର୍ମିନାଲର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବସ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହ ୨୦ଟି ମୋ ବସ ସହ ମୋଟ ୧୯୧ଟି ବସ ରହଣୀର ସୁବିଧା ମଧ୍ୟ ରହିଛି । ଖୁବଶୀଘ୍ର ଖାନନଗର ରିଂ-ରୋଡ଼ ରାସ୍ତା କୁ ୬ ଲେନ ରାସ୍ତାରେ ପରିଣତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହେବ।

ତେବେ ଏହି କାର୍ଯ୍ୟକୁ ଚଳିତବର୍ଷ ଡିସେମ୍ବର ମାସ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ରଖିଛି କଟକ ମହାନଗର ନିଗମ । କଟକର ଗୌରବ ଭିତ୍ତିଭୂମି ମଧ୍ୟରେ ଏହି ଟର୍ମିନାଲ ମଧ୍ୟ କଟକକୁ ଆଉ ଏକ ସ୍ୱତନ୍ତ୍ର ପରିଚୟ ଦେବ। ଟର୍ମିନାଲ ଛଡା ଅନ୍ୟ ମେଗା ପ୍ରକଳ୍ପର ମଧ୍ୟ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଜନା ରହିଥିବାରୁ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ଭାବରେ ଗତ ସପ୍ତାହରେ ସମୀକ୍ଷା କରାଯାଇଛି। ଟର୍ମିନାଲର ସବୁ କାମ ଏକ ପ୍ରକାର ଶେଷ ହୋଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe