ହାଲ ମ୍ୟାନଜରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

Advertisment
ହାଲ ମ୍ୟାନଜରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

Photo: Orissa Dairy

କୋରାପୁଟ: ପୁଣି ଥରେ ଚର୍ଚ୍ଚାରେ ସୁନାବେଡାସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ(ହାଲ)। ଏଠାରେ ଇଂଜିନ ବିଭାଗ ମ୍ୟାନେଜର ଭାବେ କାମ କରୁଥିବା ଏ. ରାମଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ହାଲରେ ତାଲିମ ନେଉଥିବା ଜଣେ ମହିଳା କର୍ମଚାରୀ। ମାମଲା ଯାଇ ଥାନାରେ ପହଞ୍ଚିବା ପରେ ପୁଲିସ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ହାଲ। କେତେବେଳେ ଠକେଇ ପାଇଁ ତ କେତେବେଳେ ଭିତରେ ଘଟୁଥିବା ଦୁର୍ଘଟଣା ପାଇଁ। କିନ୍ତୁ ଏବେ ହାଲ ପରିସରରେ ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଖୋଦ ମହିଳା ଜଣଙ୍କ ଆଜି ସୁନାବେଡା ଥାନାରେ ଏହି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କୁ ଇଂଜିନ ବିଭାଗରେ ମ୍ୟାନେଜର ଭାବେ କାମ କରୁଥିବା ଏ.ରାମ ହାଲ ପରିସରରେ ଏହି ଅସଦାଚରଣ କରିଥିଲେ। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ସୁନାବେଡ଼ା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ପରେ ଏ. ରାମଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe